ଚାର୍ଟର୍‌ ଫ୍ଲାଇଟ୍‌ରେ ଆସିଥିଲେ ମୁଖ୍ୟ ବିଚାରପତି

ଭୁବନେଶ୍ବର : ଚଳିତ ବର୍ଷ ଏପ୍ରିଲ୍‌ ମାସରେ ଓଡ଼ିଶା ହାଇକୋର୍ଟର ମୁଖ୍ୟ ବିଚାରପତି ଭାବେ ‌େମଘାଳୟ ହାଇକୋର୍ଟର ମୁଖ୍ୟ ବିଚାରପତି ଥିବା ଜଷ୍ଟିସ୍‌ ମହମ୍ମଦ ରଫିକ୍‌ଙ୍କୁ ନିଯୁକ୍ତି ଦିଆଯାଇଥିଲା। ତାଙ୍କର ଏପ୍ରିଲ୍‌ ୨୭ ତାରିଖରେ ଶପଥ ନେବାର କାର୍ଯ୍ୟକ୍ରମ ରହିଥିଲା। ସେହି ସମୟରେ କରୋନା ଜନିତ ଲକ୍‌ଡାଉନ୍ ପାଇଁ ଆନ୍ତଃରାଜ୍ୟ ବିମାନ ସେବା ବନ୍ଦ ରହିଥିଲା। ତେଣୁ ଶ୍ରୀ ରଫିକ୍ ଚାର୍ଟର୍‌ ଫ୍ଲାଇଟ୍‌ରେ ଭୁବନେଶ୍ବର ବିମାନବନ୍ଦରକୁ ଆସିଥିଲେ। ‌ହାଇକୋର୍ଟ ବଦଳରେ ଭୁବନେଶ୍ବରରେ ଲୋକସେବା ଭବନରେ ଅନୁଷ୍ଠିତ ସ୍ବତନ୍ତ୍ର ଉତ୍ସବରେ ସେ ଶପଥ ଗ୍ରହଣ କରିଥିଲେ। କିନ୍ତୁ ଗତ ସପ୍ତାହରେ ‘ସମ୍ବାଦ’ ପକ୍ଷରୁ ପ୍ରକାଶିତ ହୋଇଥିବା ବର୍ଷ ଶେଷର ସ୍ବତନ୍ତ୍ର ପୃଷ୍ଠାରେ ମୁଖ୍ୟ ବିଚାରପତି କାର୍‌ ଯୋଗେ ମେଘାଳୟରୁ ଓଡ଼ିଶା ଆସିଥିଲେ ବୋଲି ଭୁଲ୍‌ କ୍ରମରେ ପ୍ରକାଶ ପାଇଥିଲା।

The post ଚାର୍ଟର୍‌ ଫ୍ଲାଇଟ୍‌ରେ ଆସିଥିଲେ ମୁଖ୍ୟ ବିଚାରପତି first appeared on Sambad.



from ରାଜ୍ୟ – Sambad https://ift.tt/2WWF2pB

Post a Comment

0 Comments