ଶ୍ରେଷ୍ଠ ଓଡ଼ିଶା ଗଠନ ଲାଗି ଆହ୍ବାନ ଦେଲେ ବିଜେଡି ସଭାପତି ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ

ଭୁବନେଶ୍ବର: ବିଜେଡିର ୨୪ତମ ପ୍ରତିଷ୍ଠା ଦିବସ ଅବସରରେ ଦଳର ସଭାପତି ତଥା ରାଜ୍ୟର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଓଡ଼ିଶାବାସୀ ଓ ଦଳୀୟ କର୍ମୀମାନଙ୍କୁ ଶୁଭେଚ୍ଛା ଜଣାଇଛନ୍ତି।

ସେ ଏହି ଅବସରରେ ଶ୍ରେଷ୍ଠ ଓଡ଼ିଶା ଗଠନ କରିବା ଲାଗି ଆହ୍ବାନ ଦେଇଛନ୍ତି। ଭଲ ପାଇବା, ଆଶୀର୍ବାଦ ଓ ଉତ୍ସର୍ଗୀକୃତ କାର୍ଯ୍ୟ ପାଇଁ ବିଜେଡି ଲୋକଙ୍କ ଦଳ ସାଜିଛି ବୋଲି ନବୀନ ପଟ୍ଟନାୟକ କହିଛନ୍ତି। ଏହି ସଂପର୍କ ଅତୁଟ ରଖିବା ଲାଗି ନବୀନ ପଟ୍ଟନାୟକ ନିବେଦନ କରିଛନ୍ତି। ସେ ଟୁଇଟ୍ କରି ଏକଥା କହିଛନ୍ତି।

କୋଭିଡ କଟକଣା ଭିତରେ ବିଜେଡି ତାର ପ୍ରତିଷ୍ଠା ଦିବସ ପାଳନ କରୁଛି। ଦଳ ପକ୍ଷରୁ ସକାଳେ ଭୁବନେଶ୍ୱର ଫରେଷ୍ଟ ପାର୍କସ୍ଥିତ ବିଜୁ ପଟ୍ଟନାୟକଙ୍କ ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ କରାଯାଇଛି।

The post ଶ୍ରେଷ୍ଠ ଓଡ଼ିଶା ଗଠନ ଲାଗି ଆହ୍ବାନ ଦେଲେ ବିଜେଡି ସଭାପତି ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ first appeared on Sambad.



from ରାଜ୍ୟ – Sambad https://ift.tt/3rswdlu

Post a Comment

0 Comments