ଭଣ୍ଡାରିପୋଖରୀରେ ଅଭାବନୀୟ ଘଟଣା: ନାତୁଣୀର ହେମଦସ୍ତା ମାଡ଼ରେ ଆଈଙ୍କ ମୃତ୍ୟୁ

ଭଣ୍ଡାରିପୋଖରୀ: ଭଦ୍ରକ ଜିଲ୍ଲାର ଭଣ୍ଡାରିପୋଖରୀ ଅଞ୍ଚଳରେ ଘଟିଛି ଏକ ଅଭାବନୀୟ ଘଟଣା। ଏଠାରେ ନାତୁଣୀର ହେମଦସ୍ତା ମାଡ଼ରେ ଆଈଙ୍କର ମୃତ୍ୟୁ ଘଟିଛି। ଏଭଳି ଘଟଣା ଘଟିଛି ଭଣ୍ଡାରିପୋଖରୀ ଥାନା ଅନ୍ତର୍ଗତ ନପଙ୍ଗ ଗ୍ରାମରେ। ଏଣେ ଖବର ପାଇ ଭଣ୍ଡାରିପୋଖରୀ ପୁଲିସ ଘଟଣାସ୍ଥଳରେ ପହଞ୍ଚି ତନାଘନା ଚଳାଇଥିବା ଜଣାପଡ଼ିଛି।

ମିଳିଥିବା ସୂଚନା ଅନୁଯାୟୀ, ଘରୋଇ କଳିକୁ ନେଇ ଆଈ ଓ ନାତୁଣୀଙ୍କ ଭିତରେ ବଚସା ହୋଇଥିଲା। ଏହାପରେ ଉତକ୍ଷିପ୍ତ ହୋଇ ନାତୁଣୀ ପାଖରେ ପଡ଼ିଥିବା ଏକ ହେମଦସ୍ତାରେ ଆଈଙ୍କୁ ଆକ୍ରମଣ କରିଥିଲା। ଏହାଫଳରେ ଘଟଣାସ୍ଥଳରେ ଆଈଙ୍କର ପ୍ରାଣହାନି ଘଟିଥିଲା। ଏହି ଘଟଣାକୁ ନିଜେ ଅଭିଯୁକ୍ତା ନାତୁଣୀ ସ୍ୱୀକାର କରିଛି। ଭଣ୍ଡାରିପୋଖରୀ ପୁଲିସ ନାତୁଣୀକୁ ଗିରଫ କରିଥିବା ଜଣାଯାଇଛି।

The post ଭଣ୍ଡାରିପୋଖରୀରେ ଅଭାବନୀୟ ଘଟଣା: ନାତୁଣୀର ହେମଦସ୍ତା ମାଡ଼ରେ ଆଈଙ୍କ ମୃତ୍ୟୁ first appeared on Sambad.



from ରାଜ୍ୟ – Sambad https://ift.tt/3mMUM9b

Post a Comment

0 Comments