ଜାନୁଆରି ପହିଲାରୁ ପ୍ରବଳ ଶୀତ

ଭୁବନେଶ୍ବର: ଜାନୁଆରି ପହିଲାରୁ ରାଜ୍ୟ‌ରେ ପ୍ରବଳ ଶୀତ ଅନୁଭବ ହେବ। ସ୍ବାଭାବିକ ସର୍ବନିମ୍ନ ତାପମାତ୍ରା ୬ ଡିଗ୍ରି ପର୍ଯ୍ୟନ୍ତ ଖସିଯିବ ବୋଲି ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ଆକଳନ କରିଛି। କେନ୍ଦ୍ରର ସୂଚନାନୁଯାୟୀ, ଆଜିଠାରୁ ରାଜ୍ୟକୁ ଉତ୍ତର ଓ ଉତ୍ତର-ପଶ୍ଚିମ ଦିଗରୁ ଥଣ୍ଡା ଓ ଶୁଷ୍କ ପବନ ପ୍ରବାହିତ ହେବା ଆରମ୍ଭ ହୋଇଛି। ଫଳରେ ଉତ୍ତର ଆଭ୍ୟନ୍ତରୀଣ ଜିଲ୍ଲାଗୁଡ଼ିକରେ ଶୀତର ପ୍ରକୋପ ବଢ଼ିଛି। ଅପରପକ୍ଷେ ଆସନ୍ତା ୪୮ଘଣ୍ଟା ମଧ୍ୟରେ ସାରା ଓଡ଼ିଶାରେ ୩ରୁ ୫ଡିଗ୍ରି ପର୍ଯ୍ୟନ୍ତ ତାପମାତ୍ରା ଖସିବ। ପରବର୍ତୀ ୩ ଦିନ ପର୍ଯ୍ୟନ୍ତ ଏଥିରେ ‌କୌଣସି ପରିବର୍ତ୍ତନ ହେବାର ସମ୍ଭାବନା ନାହିଁ। ନୂଆବର୍ଷ ସୁଦ୍ଧା ରାଜ୍ୟର ସର୍ବନିମ୍ନ ତାପମାତ୍ରା ୬ଡିଗ୍ରି ପର୍ଯ୍ୟନ୍ତ ଖସିବ।

ଗତ ୨୪ ଘଣ୍ଟାରେ ଓଡ଼ିଶାରେ ପାଗ ମୁଖ୍ୟତଃ aଭାବେ ଶୁଖିଲା ରହିଥିଲା। ସମତଳ ଅଞ୍ଚଳମାନଙ୍କ ମଧ୍ୟରେ ସର୍ବନିମ୍ନ ରାତ୍ରି ତାପମାତ୍ରା ୧୩.୪ ଡିଗ୍ରି ଝାରସୁଗୁଡ଼ାଠାରେ ରେକର୍ଡ ହୋଇଛି। ଏଥିସହ ପାହାଡ଼ିଆ ଅଞ୍ଚଳମାନଙ୍କ ମଧ୍ୟରେ ଦାରିଙ୍ଗବାଡ଼ିଠାରେ ସର୍ବନିମ୍ନ ରାତ୍ରି ତାପମାତ୍ରା ୧୨.୫ ଡିଗ୍ରି ରେକର୍ଡ କରାଯାଇଛି। ଆଜି ସକାଳେ ବୌଦ୍ଧ ଓ ‌କୋରାପୁଟଠାରେ ଅତି ଘନ କୁହୁଡ଼ି ଦେଖାଯାଇଥିଲା। ଆଗାମୀ ୫ ଦିନ ପର୍ଯ୍ୟନ୍ତ ରାଜ୍ୟରେ ପାଗ ମୁଖ୍ୟତଃ ଭାବେ ଶୁଖିଲା ରହିବ। ବର୍ତ୍ତମାନ ଓଡ଼ିଶାର ଆଭ୍ୟନ୍ତରୀଣ ଅଞ୍ଚଳରେ କୁହୁଡ଼ି ପାଇଁ ପାଗ ଅନୁକୁଳ ରହିଛି। ଏଣୁ ଅନୁଗୁଳ, ଢେଙ୍କାନାଳ, ବଲାଙ୍ଗୀର, କଳାହାଣ୍ଡି, କନ୍ଧମାଳ, କୋରାପୁଟ, ରାୟଗଡ଼ା, ମାଲକାନଗିରି ଓ ନବରଙ୍ଗପୁର ଆଦି ଜିଲ୍ଲାଗୁଡ଼ିକରେ ହାଲ୍‌କାରୁ ମଧ୍ୟମ ଧରଣର କୁହୁଡ଼ି ପଡ଼ିବାର ସମ୍ଭାବନା ରହିଛି। ଆଜି ସକାଳେ ଭୁବନେଶ୍ବରରେ ୧୭.୬ ଡିଗ୍ରି ଓ କଟକରେ ୧୫.୮ ଡିଗ୍ରି ସର୍ବନିମ୍ନ ତାପମାତ୍ରା ରେକର୍ଡ ହୋଇଛି।

The post ଜାନୁଆରି ପହିଲାରୁ ପ୍ରବଳ ଶୀତ first appeared on Sambad.



from ରାଜ୍ୟ – Sambad https://ift.tt/38hpqlY

Post a Comment

0 Comments