୨୩ରୁ ଶ୍ରୀମନ୍ଦିର ଦର୍ଶନ ପାଇଁ ଜାରି ହେଲା ଏସଓପି: ପ୍ରଥମ ୩ ଦିନ ସେବାୟତ ଓ ୨୬ରୁ ୩୧ ସହରବାସୀଙ୍କ ଦର୍ଶନ

ପୁରୀ: ଶ୍ରୀମନ୍ଦିରରେ ପୁରୀ ସହରବାସୀଙ୍କ ଦର୍ଶନ ପାଇଁ ଜାରି ହେଲା ଏସଓପି। ଏ ସମ୍ପର୍କରେ ସୂଚନା ଦେଇ ଜିଲ୍ଲାପାଳ ବଲବନ୍ତ ସିଂହ କହିଛନ୍ତି, ଆଗାମୀ ଡିସେମ୍ବର ୨୩ରୁ ୨୫ ତାରିଖ ପର୍ଯ୍ୟନ୍ତ ସେବାୟତ ଓ ତାଙ୍କ ପରିବାର ମହାପ୍ରଭୁଙ୍କ ଦର୍ଶନ କରିବେ। ଅପରପକ୍ଷରେ ୨୬ ତାରିଖରୁ ସହରବାସୀଙ୍କ ପାଇଁ ଦର୍ଶନ ଆରମ୍ଭ ହେବ। ସକାଳ ସାଢ଼େ ୭ରୁ ଦର୍ଶନ ଆରମ୍ଭ ହେବ। ଦୈନିକ ପ୍ରାୟ ୧୪ ଘଣ୍ଟା ମହାପ୍ରଭୁଙ୍କ ଦର୍ଶନ ହେବ।

ଜିଲ୍ଲାପାଳ ବଲବନ୍ତ ସିଂହ କହିଛନ୍ତି ଯେ ୱାର୍ଡ ବାରି ଦର୍ଶନ ହେବ। ପ୍ରତିଦିନ ୫ଟି ୱାର୍ଡର ଦର୍ଶନ ପାଇଁ ବ୍ୟବସ୍ଥା କରାଯାଉଛି। ୨୩ରୁ ୩୧ ତାରିଖ ପର୍ଯ୍ୟନ୍ତ ଦର୍ଶନ ପାଇଁ ସେବାୟତ ଓ ସହରବାସୀଙ୍କ ପାଇଁ କୋଭିଡ ଟେଷ୍ଟ ଦରକାର ନାହିଁ।

ଜାନୁଆରି ୩ ତାରିଖ ପରଠୁ ପୁରୀ ସହର, ଜିଲ୍ଲା ଓ ଜିଲ୍ଲା ବାହାର ଭକ୍ତଙ୍କ ପାଇଁ କୋଭିଡ ଟେଷ୍ଟ ବାଧ୍ୟତାମୂଳକ। ତଥାପି ଦୈନିକ ୧ ଘଣ୍ଟା ସକାଳେ ଓ ସନ୍ଧ୍ୟାରେ ଦର୍ଶନ ପାଇଁ ସୁବିଧା ପ୍ରଦାନ କରାଯିବ ବୋଲି ଜିଲ୍ଲାପାଳ କହିଛନ୍ତି।

The post ୨୩ରୁ ଶ୍ରୀମନ୍ଦିର ଦର୍ଶନ ପାଇଁ ଜାରି ହେଲା ଏସଓପି: ପ୍ରଥମ ୩ ଦିନ ସେବାୟତ ଓ ୨୬ରୁ ୩୧ ସହରବାସୀଙ୍କ ଦର୍ଶନ first appeared on Sambad.



from ରାଜ୍ୟ – Sambad https://ift.tt/3rglMRV

Post a Comment

0 Comments