
ସୁନ୍ଦରଗଡ଼: ଆଜି ରାଜ୍ୟ ମାନବାଧିକାର କମିସନ ଅଧ୍ୟକ୍ଷ ଜଷ୍ଟିସ ବିଜୟକ୍ରିଷ୍ଣ ପଟେଲ ୩ ଦିନିଆ ସୁନ୍ଦରଗଡ଼ ଗସ୍ତରେ ଆସି ସ୍ଥାନୀୟ ପ୍ରଦକ୍ଷିଣ ଗୃହରେ ନାଗରିକମାନଙ୍କ ସହ ଆଲୋଚନା କରିଛନ୍ତି। ମାନବିକ ଅଧିକାର କ୍ଷୁର୍ଣ୍ଣ କରୁଥିବା ବିଭିନ୍ନ ପ୍ରସଙ୍ଗରେ ସେ ନାଗରିକମାନଙ୍କ ଠାରୁ ଅଭିଯୋଗ ଶୁଣିଥିଲେ।
ଏହି ଵୈଠକରେ ସୁନ୍ଦରଗଡ଼ ଵିଧାୟିକା କୁସୁମ ଟେଟେ, ତଳସରା ଵିଧାୟକ ଭବାନୀଶଙ୍କର ଭୋଇ, କଗ୍ରେସ ନେତା ରାଜ କିଶୋର ଷଡ଼ଙ୍ଗୀ, ବେଣୁମାଧବ ତ୍ରିପାଠୀ, ବରିଷ୍ଠ ଶ୍ରମିକ ନେତା ଅଶୋକ ଦାଶ, ଭଵାନୀ ମାଝୀ, ଡ. ହିମାଂଶୁ ଶେଖର ଷଡ଼ଙ୍ଗୀ, ଵଟ କିଶୋର ମିଶ୍ର, ବରିଷ୍ଠ ନାଗରିକ ସଂଘର ହିମାଂଶୁ ଗୁରୁ, ସମାଜସେଵୀ ସ୍ନେହଲତା ପଟେଲ, ଜିଲ୍ଲା ପରିଷଦ ଉପସଭାପତି କାଶୀନାଥ ରାଉତ ପ୍ରମୁଖ ଉପସ୍ଥିତ ରହି ମାନବ ଅଧିକାର ଉଲ୍ଲଂଘନ ସମ୍ପର୍କିତ ଵିଭିନ୍ନ ସମସ୍ୟା ଉପସ୍ଥାପିତ କରିଥିଲେ। ନାଗରିକମାନଙ୍କ ସହ ଆଲୋଚନା ପରେ ରାଜ୍ୟ ମାନବାଧିକାର କମିସନ ଅଧ୍ୟକ୍ଷଙ୍କର ଜିଲ୍ଲା ପ୍ରଶାସନକୁ ଭେଟିବାର କାର୍ଯ୍ୟକ୍ରମ ରହିଛି।
The post ସୁନ୍ଦରଗଡ଼ରେ ମାନଵାଧିକାର କମିସନ ଅଧ୍ୟକ୍ଷ, ନାଗରିକମାନଙ୍କ ସହ ଆଲୋଚନା କଲେ first appeared on Sambad.
from ରାଜ୍ୟ – Sambad https://ift.tt/37Bvg2e
0 Comments