ନାବାଳିକା ଦୁଷ୍କର୍ମକାରୀକୁ ୧୦ବର୍ଷ ଜେଲ୍‌

କେନ୍ଦ୍ରାପଡ଼ା: ମାର୍ଶାଘାଇ ଥାନା ଅ˚ଚଳର ଜଣେ ନାବାଳିକା ଦୁଷ୍କର୍ମ ମାମଲାର ରାୟ ଆଜି ପ୍ରକାଶ ପାଇଛି। କେନ୍ଦ୍ରାପଡ଼ା ସ୍ପେସାଲ୍‌ ଜଜ୍‌ ଏମ୍‌.ଆର‌୍‌. ଡୋରା ଆଜି ମାମଲାର ଶୁଣାଣି କରି ଆସାମୀ ମାର୍ଶାଘାଇ ଥାନା ସାମନ୍ତସି˚ହାରପୁର ଗ୍ରାମର ଅଭିମନ୍ୟୁ ବେହେରାଙ୍କ ପୁଅ ବଗୁଲି ବେହେରା(୨୭)କୁ ୧୦ବର୍ଷ ଜେଲ୍‌ ଏବ˚ ୧୦ହଜାର ଟଙ୍କା ଜରିମାନାରେ ଦଣ୍ତିତ କରିଛନ୍ତି। ମାମଲାର ବିବରଣୀରୁ ପ୍ରକାଶ, ୨୦୧୬ ଏପ୍ରିଲ୍‌ ୭ତାରିଖ ରାତି ପ୍ରାୟ ୮ଟା ବେଳେ ଏହି କାଣ୍ତ ଘଟିଥିଲା। ଗାଁରେ ସେଦିନ ଅଷ୍ଟପ୍ରହରୀ ନାମଯଜ୍ଞ ପାଇଁ କଳସରେ ପାଣି ଅଣାଯାଉଥିଲା। ଗାଁ ଲୋକ ଏହି କାର୍ଯ୍ୟରେ ବ୍ୟସ୍ତ ଥିବାବେଳେ ଆସାମୀ ବଗୁଲି ଏହାର ସୁଯୋଗ ନେଇ ୯ବର୍ଷର ପୀଡ଼ିତା ନାବାଳିକାଙ୍କ ପାଟିରେ ଗାମୁଛା ପୂରାଇ ଏକ ବୁଦାମୂଳକୁ ଟେକି ନେଇଥିଲା। ସେଠାରେ ବଳପୂର୍ବକ ଦୁଷ୍କର୍ମ କରିବା ସହ କାହା ଆଗରେ ମୁହଁ ଖୋଲିଲେ ଜୀବନରୁ ମାରିଦେବାକୁ ଧମକ ଦେଇଥିଲା। ପୀଡ଼ିତା ତା କଥାରେ ଡରି ଯାଇଥିଲା।

ମାତ୍ର ୯ତାରିଖରେ ଅଷ୍ଟପ୍ରହରୀ ନାମଯଜ୍ଞ ଶେଷ ଦହିହାଣ୍ତି ଭ˚ଗାଦିନ ଆସାମୀ ପୁଣି ସାନ ଭଉଣୀ ସାମ୍ନାରେ ନାବାଳିକା ସହ ଦୁଷ୍କର୍ମ କରିଥିଲା। ଏ ସ˚କ୍ରାନ୍ତରେ ପୀଡ଼ିତା ଘରେ ଜଣାଇବା ପରେ ପିତା ମାର୍ଶାଘାଇ ଥାନାରେ ଅଭିଯୋଗ କରିଥିଲେ। ପୁଲିସ ଉକ୍ତ ଅଭିଯୋଗ ଆଧାରରେ ଏକ ମାମଲା(୬୦୧/୨୦, ଦଫା ୩୪୧, ୩୭୬(୨)(୧), ୩୨୩, ୩୫୪(ଏ), ୫୦୬ ଆଇପିପି ୬ପୋକ୍ସୋ ଆକ୍ଟ୍‌) ରୁଜୁ କରି ଅଭିଯୁକ୍ତ ବଗୁଲିଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଥିଲା। ମାମଲାର ୧୧ଜଣଙ୍କ ସାକ୍ଷ୍ୟ ଓ ଉପଲବ୍‌ଧ ତଥ୍ୟପ୍ରମାଣକୁ ଭିତ୍ତି କରି କୋର୍ଟ ଆଜି ବଗୁଲିକୁ ଦୋଷୀ ସାବ୍ୟସ୍ତ କରିଛନ୍ତି। ସରକାରଙ୍କ ପକ୍ଷରୁ ସ୍ପେସାଲ୍‌ ପିପି ମନୋଜ ସାହୁ ଏହି ମାମଲା ପରିଚାଳନା କରୁଥିଲେ।

The post ନାବାଳିକା ଦୁଷ୍କର୍ମକାରୀକୁ ୧୦ବର୍ଷ ଜେଲ୍‌ first appeared on Sambad.



from ରାଜ୍ୟ – Sambad https://ift.tt/2KM3KX8

Post a Comment

0 Comments