ଫେବ୍ରୁ୍ଆରି ୭ରେ ସୈନିକ ସ୍କୁଲ ପ୍ରବେଶିକା ପରୀକ୍ଷା

ଭୁବନେଶ୍ୱର : ୨୦୨୧ର ଅଲ୍ ଇଣ୍ଡିଆ ସୈନିକ ସ୍କୁଲ ପ୍ରବେଶିକା ପରୀକ୍ଷା (ଏଆଇଏସ୍‌ଏସ୍‌ଇଇ) ପୁଣି ଥରେ ଘୁଞ୍ଚିଛି। ଜାନୁଆରି ୧୦ରେ ହେବାକୁ ଥିବା ଏହି ପ୍ରବେଶିକା ପରୀକ୍ଷା ଫେବ୍ରୁଆରି ୭ରେ ଅନୁଷ୍ଠିତ ହେବ। ଏଥିପାଇଁ ଅନଲାଇନ୍ ଆବେଦନ ଦାଖଲ କରିବାର ଶେଷ ତାରିଖ ଡିସେମ୍ବର ୧୮ ପର୍ଯ୍ୟନ୍ତ ବୃଦ୍ଧି କରାଯାଇଥିବା ଭୁବନେଶ୍ବର ସୈନିକ ସ୍କୁଲର ପ୍ରିନ୍ସପାଲ୍ କମାଣ୍ଡର ପ୍ରୀତିକା ଶର୍ମା ସୂଚନା ଦେଇଛନ୍ତି।

ପ୍ରାର୍ଥୀମାନେ ୨୦୨୦ ଡିସେମ୍ବର ତୃତୀୟ ସପ୍ତାହରେ http:/aissee.nta.nic.in ରେ ସଂଶୋଧନ ୱିଣ୍ଡୋ ମାଧ୍ୟମରେ ଅନ୍‌ଲାଇନ୍‌ରେ ସେମାନଙ୍କ ପରୀକ୍ଷା ଆବେଦନ ଫର୍ମରେ ଦାଖଲ କରିଥିବା ଯେକୌଣସି ବିବରଣୀରେ ସଂଶୋଧନ କରିପାରିବେ। ସଂଶୋଧନ ପାଇଁ ଅବଧି ପରେ ଏନ୍‌ଟିଏ ୱେବସାଇଟ୍‌ରେ ସୂଚିତ କରାଯିବ। ପ୍ରାର୍ଥୀମାନେ ଉପରୋକ୍ତ ଧ୍ୟାନ ଦେବା ଓ ସେହି ଅନୁଯାୟୀ କାର୍ଯ୍ୟ କରିବାକୁ ପରାମର୍ଶ ଦିଆଯାଇଛି। ଏ ବାବଦରେ କୌଣସି ପାଇଁ ପ୍ରାର୍ଥୀଙ୍କୁ ଏନ୍‌ଟିଏ ୱେବସାଇଟ www.nta.ac.in ସହିତ ଯୋଗାଯୋଗ କରିବାକୁ ମଧ୍ୟ ପରାମର୍ଶ ଦିଆଯାଇଛି। କୌଣସି ସ୍ପଷ୍ଟୀକରଣ ପାଇଁ ପ୍ରାର୍ଥୀମାନେ ୦୧୨୦୬୮୯୫୨୦୦ରେ ଏନ୍‌ଟିଏ ହେଲ୍ପ ଡେସ୍କ ସହିତ ଯୋଗାଯୋଗ କରିପାରିବେ କିମ୍ବା aissee@nta.ac.in ରେ ଏନ୍‌ଟିଏକୁ ଲେଖିପାରିବେ। ପରବର୍ତ୍ତୀ ଏକାଡେମିକ୍ ଅଧିବେଶନ ୨୦୨୧-୨୨ ପାଇଁ ସୈନିକ ସ୍କୁଲ ଭୁବନେଶ୍ଵରରେ ଷଷ୍ଠ ଶ୍ରେଣୀରେ ବାଳକ ପ୍ରାର୍ଥୀଙ୍କ ପାଇଁ ୫୫ଟି ଓ ବାଳିକାଙ୍କ ପାଇଁ ୧୦ଟି ପଦ ଖାଲି ରହିଛି।

The post ଫେବ୍ରୁ୍ଆରି ୭ରେ ସୈନିକ ସ୍କୁଲ ପ୍ରବେଶିକା ପରୀକ୍ଷା first appeared on Sambad.



from ରାଜ୍ୟ – Sambad https://ift.tt/3qCCxqn

Post a Comment

0 Comments