
ଭୁବନେଶ୍ବର: ବିଶ୍ବର ଶ୍ରେଷ୍ଠ ବୈଜ୍ଞାନିକ ତାଲିକାରେ ଶିକ୍ଷା ଓ ଅନୁସନ୍ଧାନ(ସୋଆ)ର ୪ଜଣ ବିଶିଷ୍ଟ ବୈଜ୍ଞାନିକଙ୍କ ନାମ ସ୍ଥାନ ପାଇଛି। ଆମେରିକା ଷ୍ଟାନଫୋର୍ଡ ବିଶ୍ବବିଦ୍ୟାଳୟ ଦ୍ବାରା ବିଶ୍ବର ଶ୍ରେଷ୍ଠ ୨ ପ୍ରତିଶତ ବୈଜ୍ଞାନିକଙ୍କ ତାଲିକା ପ୍ରସ୍ତୁତ କରାଯାଇଥିବା ବେଳେ ଏଥିରେ ଓଡ଼ିଶା ପାଇଁ ପୁଣି ଥରେ ସୋଆର ୪ଜଣ ଗବେଷକ ସ୍ଥାନ ପାଇଛନ୍ତି। ବିଷୟବସ୍ତୁ ଆଧାରିତ ବିଶ୍ଳେଷଣକୁ ନେଇ ସୋଆର ୪ ଗବେଷକ ପ୍ରଫେସର ଗୌତମ ରଥ, ମନୋଜ କୁମାର ନାୟକ, ସତ୍ୟରଂଜନ ମିଶ୍ର ଓ ଦେବବ୍ରତ ପ୍ରଧାନ ସ୍ଥାନ ପାଇଛନ୍ତି। ଦୁଇ ମାସ ପୂର୍ବରୁ ପ୍ରକାଶ ପାଇଥିବା ତାଲିକାରେ ସୋଆର ୭ଜଣ ବିଶିଷ୍ଟ ଗବେଷକ ସ୍ଥାନ ପାଇଥିଲେ। ଷ୍ଟାନଫୋର୍ଡ ବିଶ୍ବବିଦ୍ୟାଳୟ ପକ୍ଷରୁ ବିଶ୍ବର ୧ଲକ୍ଷ ବୈଜ୍ଞାନିକମାନଙ୍କୁ ନେଇ ଏହି ତାଲିକା ପ୍ରସ୍ତୁତ କରାଯାଇଥିଲା। ସନ୍ଦର୍ଭ ସଂପର୍କିତ ସୂଚନା, ଏଚ୍ ଇଣ୍ଡେକ୍ସ, କୋ-ଅଥରସିପ୍ ଓ ସମଗ୍ର ସୂଚକକୁ ବିଶ୍ଳେଷଣ କରି ନିକଟରେ ଏହି ଡାଟାବେସ୍ ପ୍ରସ୍ତୁତ କରାଯାଇଛି। ବିଶ୍ବବିଦ୍ୟାଳୟ ପକ୍ଷରୁ ଆଜି ସେମାନଙ୍କୁ ସମ୍ବର୍ଧିତ କରାଯାଇଛି। ସୋଆ କୁଳପତି ପ୍ରଫେସର ଡା.ଅଶୋକ ମହାପାତ୍ର, ରେଜିଷ୍ଟ୍ରାର ପ୍ରଫେସର ବିଭୂତି ଭୂଷଣ ପ୍ରଧାନ ଓ ଡିନ୍(ଗବେଷଣା) ପ୍ରଫେସର ପ୍ରଦୀପ୍ତ କୁମାର ନନ୍ଦ ପ୍ରମୁଖ ଉପସ୍ଥିତ ଥିଲେ।
The post ବିଶ୍ବ ଶ୍ରେଷ୍ଠ ବୈଜ୍ଞାନିକ ତାଲିକାରେ ସୋଆର ଆଉ ୪ ବୈଜ୍ଞାନିକ first appeared on Sambad.
from ରାଜ୍ୟ – Sambad https://ift.tt/2LZuzHJ
0 Comments