
ଚଣ୍ତିଖୋଲ: ରାଜୀବ ଗାନ୍ଧୀ ପଞ୍ଚାୟତିରାଜ ସଂଗଠନ ପକ୍ଷରୁ ବଡ଼ଚଣା ବ୍ଲକର ପ୍ରସିଦ୍ଧ ଓଳାଶୁଣୀ ପୀଠରେ ୧୫ ଓ ୧୬ ତାରିଖରେ ଅନୁଷ୍ଠିତ ଦୁଇଦିନିଆ ରାଜ୍ୟସ୍ତରୀୟ ଆଞ୍ଚଳିକ ଓ ଜିଲ୍ଲା ସ˚ଯୋଜକ କର୍ମଶାଳା ଆଜି ଉଦ୍ଯାପିତ ହୋଇଛି। ଉଦ୍ଯାପନୀ ଉତ୍ସବରେ ମୁଖ୍ୟଅତିଥି ଭାବେ ଯୋଗଦେଇଥିଲେ ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ। ଶ୍ରୀ ପଟ୍ଟନାୟକ କହିଥିଲେ ଯେ ପୂର୍ବତନ ପ୍ରଧାନମନ୍ତ୍ରୀ ରାଜୀବ ଗାନ୍ଧୀ ପଞ୍ଚାୟତିରାଜର ବିକାଶ ପାଇଁ ଯେଉଁ ସ୍ବପ୍ନ ଦେଖୁଥିଲେ, ତାହା ସାକାର କରିବା ପାଇଁ ଏହି କର୍ମଶାଳା ଆୟୋଜନ କରାଯାଇଛି। ପଞ୍ଚାୟତର ତୃଣମୂଳସ୍ତରରୁ କ˚ଗ୍ରେସକୁ ଶକ୍ତିଶାଳୀ କରିବା ଉପରେ ସେ ଗୁରୁତ୍ବାରୋପ କରିଥିଲେ। ସଂଗଠନର ରାଜ୍ୟ ସଭାପତି ସୁଦର୍ଶନ ଦାଶଙ୍କ ଅଧ୍ୟକ୍ଷତାରେ ପରିଚାଳିତ ଏହି ଉତ୍ସବରେ ସ˚ଗଠନର ରାଷ୍ଟ୍ରୀୟ ଅଧ୍ୟକ୍ଷା ତଥା ପୂର୍ବତନ ସା˚ସଦ ମୀନାକ୍ଷୀ ନଟରାଜନ ଯୋଗଦେଇ କାର୍ଯ୍ୟକ୍ରମ ସଫଳ ହୋଇଥିବାରୁ ଆନନ୍ଦ ପ୍ରକାଶ କରିଥିଲେ। ରାଷ୍ଟ୍ରୀୟ ଉପାଧ୍ୟକ୍ଷ ହର୍ଷବର୍ଦ୍ଧନ୍, ଏଆଇସିସି ସଭ୍ୟ ଶୁଭେନ୍ଦୁ ମହାନ୍ତି, ରାଜ୍ୟ ମହିଳା କ˚ଗ୍ରେସ ସଭାନେତ୍ରୀ ବନ୍ଦିତା ପରିଡ଼ା, ଜିଲ୍ଲା କ˚ଗ୍ରେସ ସଭାପତି ମନୋଜ ରାଉତ, ବରୀ କ˚ଗ୍ରେସ ନେତା ଉମେଶ ଜେନା ଓ ପଦ୍ମାକର ଗୁରୁ ଯୋଗଦେଇଥିଲେ। କର୍ମଶାଳାକୁ ସଫଳ କରିବାରେ ସହଯୋଗ କରିଥିବା ଯୁବକ˚ଗ୍ରେସ ନେତା ସୁଦୀପ୍ ସାମଲ ଓ ଦେବଦତ୍ତ ଜେନାଙ୍କୁ ସ˚ଗଠନର ରାଷ୍ଟ୍ରୀୟ ଅଧ୍ୟକ୍ଷା ସମ୍ବର୍ଦ୍ଧିତ କରିଥିଲେ। ଅପରାହ୍ଣରେ ଅଧ୍ୟକ୍ଷା ନଟରାଜନ୍ କ˚ଗ୍ରେସ ଧ୍ବଜା ଅବତରଣ କରି କର୍ମଶାଳାକୁ ଉଦ୍ଯାପିତ କରିଥିଲେ।
The post ରାଜ୍ୟସ୍ତରୀୟ ପଞ୍ଚାୟତିରାଜ କର୍ମଶାଳାରେ ଯୋଗଦେଲେ ନିରଞ୍ଜନ first appeared on Sambad.
from ରାଜ୍ୟ – Sambad https://ift.tt/3agDZIX
0 Comments