
ପାଟଣାଗଡ଼: ପାଟଣାଗଡ଼ ସହରର ସଅଁରାପଡା ସଂଲଗ୍ନ କୁସୁମତଲର ବୁଲୁ ଜାନୀର ପରିବାରର ୬ ଜଣଙ୍କୁ ହତ୍ୟା କରା ଯାଇଥିବା ବେଳେ ଗୁରୁବାର ବୁଲୁ ଜାନୀର ୫ ପୁଅ ( ବିକାଶ, ସରୋଜ ଓ ଫିରୋଜ, ଶ୍ରୀ ଲାଲ ଓ ସମିର) ପାଟଣାଗଡ଼ରେ ପହଞ୍ଚି ଥିବା ଜଣାପଡିଛି। ବୁଲୁ ଜାନୀର ୩ ପୁଅ ଭୁବନେଶ୍ୱରରେ ଚୁଡି ବିକନ୍ତି ବୋଲି ଜଣାପଡିଛି। ସେମାନେ ପାଟଣାଗଡ଼ ଡାକ୍ତରଖାନାରେ ପହଞ୍ଚିଥିବା ଜଣାପଡିଛି। ମୃତ ଦେହମାନଙ୍କର ଶବ ବ୍ୟବଚ୍ଛେଦ କରି ସେମାନଙ୍କୁ ହସ୍ତାନ୍ତର କରାଯିବ ବୋଲି ଜଣାପଡିଛି।
ବୁଲୁ ଜାନୀର ପୁଅମାନେ ପାଟଣାଗଡ଼ ଥାନାରେ ଅଭିଯୋଗ କରିଥିବା ଜଣାପଡିଛି। ଅଭିଯୋଗ ଅନୁଯାଯୀ, ବର୍ଷେ ପୂର୍ବରୁ ଶତ୍ରୁତା ରହିଥିଲା। ଭୋଲା, ଶିବା, ସରଜୁ, ବବଲା ଓ ସୁରେଶର ବୁଲୁ ଜାନୀର ପରିବାର ସହ ଝଗଡା ହୋଇଥିଲା। ବିଭିନ୍ନ ସମୟରେ ବୁଲୁ ଜାନୀ ଓ ପରିବାରବର୍ଗଙ୍କୁ ଧମକ ଚମକ ମଧ୍ୟ ଦେଇ ଆସୁଥିଲେ। ଏ ନେଇ ବର୍ଷେ ପୂର୍ବରୁ ଥାନାରେ ଅଭିଯୋଗ ମଧ୍ୟ ହୋଇଥିବା ଓ ହତ୍ୟା ପୂର୍ବରୁ ବୁଲୁ ଓ ତା ପରିବାରର ଲୋକଙ୍କୁ ମାରି ଦେବେ ବୋଲି ମଧ୍ୟ ବୁଲୁ ଓ ଶିବା କହିଥିଲେ ବୋଲି ପୁଅମାନେ କହୁଥିବା ବେଳେ ଏହି ହତ୍ୟାରେ ଆଉ କେତେକ ଲୋକ ସାମିଲ ଥିବା ମଧ୍ୟ କହିଛନ୍ତି।
ବୁଲୁ ଜାନୀ ରହୁଥିବା କୁସୁମତଲର ଘର ନିକଟରେ ଥିବା ଦୁଇ ଘର ତାଲା ଦିଆ ଯାଇଥିବା ବେଳେ ପାଖରେ ଥିବା ଫେରିବାଲାମାନଙ୍କ ଘରେ ମଧ୍ୟ ତାଲା ପଡିଥିବା ଦେଖିବାକୁ ମିଳିଛି। ଅଭିଯୋଗକୁ ଭିତ୍ତି କରି ପାଟଣାଗଡ଼ ଥାନାରେ ୨ ଜଣକୁ ଅଟକ ରଖି ପୁଲିସ ପଚରାଉଚୁରା କରୁଥିବା ଜଣାପଡିଛି।
The post ପାଟଣାଗଡ଼ରେ ୬ ଜଣଙ୍କୁ ନିର୍ମମ ହତ୍ୟା ଘଟଣା: ଥାନାରେ ୨ ଅଟକ, ପୂର୍ବ ଶତ୍ରୁତା ନେଇ ହତ୍ୟା ଅଭିଯୋଗ first appeared on Sambad.
from ରାଜ୍ୟ – Sambad https://ift.tt/3koCMRx
0 Comments