
ରାଉରକେଲା: ଶେଷରେ ଫେରିଲେ କ୍ରସର ମାଲିକ ପ୍ରଦୀପ କୁଣ୍ଡୁ। ଗତକାଲି ବିଳମ୍ବିତ ରାତିରେ ଘରକୁ ଫେରିଛନ୍ତି। ତେବେ ଅପହରଣ ବିଷୟରେ କିଛି ମୁଁହ ଖୋଲିନାହାନ୍ତି। ଗତ ଶନିବାର ଦିନ ସନ୍ଧ୍ୟା ପ୍ରାୟ ୭ଟାରୁ ତାଙ୍କୁ ଅପହରଣ କରାଯାଇଥିଲା
ଗତ ଶନିବାର ଦିନ ସନ୍ଧ୍ୟା ପ୍ରାୟ ୭ଟାରେ ସୁନ୍ଦରଗଡ଼ ଜିଲ୍ଲାର ବୀରମିତ୍ରପୁର ଥାନା ଅନ୍ତର୍ଗତ ବିଜୟ ବାହାଲ ନିକଟରେ କ୍ରସର୍ ମାଲିକ ପ୍ରଦୀପ କୁଣ୍ଡୁଙ୍କୁ ଅପହରଣ କରାଯାଇଥିବା ନେଇ ଅଭିଯୋଗ ହୋଇଥିଲା। ଅଭିଯୋଗ ପାଇବା ପରେ ପୁଲିସ ସଂପୃକ୍ତ କ୍ରସର ମାଲିକଙ୍କୁ ଉଦ୍ଧାର ପାଇଁ ବିଭିନ୍ନ ସ୍ଥାନରେ ଚଢ଼ଉ ଆରମ୍ଭ କରିଥିଲା। ତେବେ କେଉଁ କାରଣରୁ ତାଙ୍କୁ ଅପହରଣ କରାଯାଇଛି ତାହା ସ୍ପଷ୍ଟ ହୋଇ ନ ଥିବା ବେଳେ ଦାଦାବଟି ସନ୍ଦେହରେ ତାଙ୍କୁ ଅପହରଣ କରାଯାଇଥିବା ପରିବାର ଲୋକ ଅନୁମାନ କରୁଥିଲେ।
କ୍ରସର୍ ମାଲିକ ପ୍ରଦୀପ କୁଣ୍ଡୁ କର୍ମଚାରୀଙ୍କୁ ଦରମା ଟଙ୍କା ପ୍ରଦାନ କରିବାକୁ ୬୬ କିମି ଦୂର ବିଜୟ ବାହାଲକୁ ଯାଇଥିଲେ। ସନ୍ଧ୍ୟା ୭ଟାବେଳେ କାମ ସାରି ସେ ଘରକୁ ଫେରୁଥିଲେ। ରାସ୍ତାରେ ତାଙ୍କ ମୋବାଇଲ୍ ଫୋନ୍ ବାଜିଥିଲା। ଏହି କାରଣରୁ ସେ ରାସ୍ତାରେ ଅଟକି ଯାଇ ଫୋନରେ କଥାବାର୍ତ୍ତା ହେଉଥିଲେ। ଏହା ପରେ ତାଙ୍କୁ କେହି ଅଜ୍ଞାତ ବ୍ୟକ୍ତି ଅପହରଣ କରିଥିବା ସୂଚନା ମିଳିଥିଲା।
The post ରାଉରକେଲା: ଘରକୁ ଫେରିଲେ ଅପହୃତ କ୍ରସର ମାଲିକ first appeared on Sambad.
from ରାଜ୍ୟ – Sambad https://ift.tt/2GRo07U
0 Comments