ଏସ୍‌ସିବି କାର୍ଡିଓଥୋରାସିସ୍‌ ବିଭାଗରେ ଅକ୍ସିଜେନ ପାଇପ୍‌ ଫାଟିବା ଘଟଣା: ମରାମତି ଶେଷ, ଆଜିଠାରୁ ଅସ୍ତ୍ରୋପଚାର

କଟକ: ଏସସିବି କାର୍ଡିଓଥୋରାସିସ୍ ବିଭାଗ ଆଇସିୟୁରେ ୨୨ତାରିଖ ରାତି ଅଧରେ ଅକ୍ସିଜେନ୍ ପାଇପ୍ ଫାଟିବା ପରେ ଅସ୍ତ୍ରୋପଚାର ବନ୍ଦ ରହିଥିଲା। କିନ୍ତୁ ଯୁଦ୍ଧାକାଳୀନ ଭିତ୍ତିରେ ଆଜି ମରାମତି ଶେଷ ହେବାପରେ ଆସନ୍ତାକାଲି ଠାରୁ ଅସ୍ତ୍ରୋପଚାର କରାଯିବ ବୋଲି ସୂଚନା ମିଳିଛି।

କ‌ାର୍ଡିଓଥୋରାସିସ୍‌ ବିଭାଗରେ ଦୀର୍ଘଦିନ ହେଲା ଆଇସିୟୁ ଅକ୍ସିଜେନ ପାଇପ୍‌ରେ ଲିକେଜ୍‌ ରହିଥିଲା। କିନ୍ତୁ ୨୨ ତାରିଖ ରାତିରେ ପ୍ରଚଣ୍ଡ ଶବ୍ଦ କରି ପାଇପ ଫାଟିବା ଯୋଗୁଁ ଆତଙ୍କ ସୃଷ୍ଟି ହେବା ସହିତ ଆଇସିୟୁରୁ ରୋଗୀଙ୍କୁ ସ୍ଥାନାନ୍ତର କରାଯାଇଥିଲା। ଗତକାଲି ଯାଜପୁରର ଜଣେ ୧୬ ବର୍ଷର ବାଳିକାର ଅସ୍ତ୍ରୋପଚାର ଥିବା ବେଳେ ତାହାକୁ ମଧ୍ୟ ବନ୍ଦ କରି ଦିଆଯାଇଥିଲା। ଗତ ମାସରେ ମଧ୍ୟ ଅସ୍ତ୍ରୋପଚାର ଚାଲିଥିବାବେଳେ ଅଧାରୁ ଅକ୍ସିଜେନ୍ ଶେଷ ହୋଇଯାଇଥିଲା। କିନ୍ତୁ ସବୁବେଳେ ସ୍ଥାୟୀ ମରାମତି କରାନଯାଇ ତାହାର କାମଚଳା ଢଙ୍ଗରେ ମରାମତି କରି ଛାଡି ଦିଆଯାଇଥିବାରୁ ଏଭଳି ଅଘଟଣ ବାରମ୍ବାର ଘଟୁଛି। ତେଣୁ ଏହାର ସ୍ଥାୟୀ ସମାଧାନ ନକଲେ ଆଗାମୀ ଦିନରେ ବଡ଼ଧରଣର ଅଘଟଣ ଆଶଙ୍କାକୁ ଏଡ଼‌ାଇ ଦିଆଯାଇନପାରେ।

The post ଏସ୍‌ସିବି କାର୍ଡିଓଥୋରାସିସ୍‌ ବିଭାଗରେ ଅକ୍ସିଜେନ ପାଇପ୍‌ ଫାଟିବା ଘଟଣା: ମରାମତି ଶେଷ, ଆଜିଠାରୁ ଅସ୍ତ୍ରୋପଚାର first appeared on Sambad.



from ରାଜ୍ୟ – Sambad https://ift.tt/3m57DE3

Post a Comment

0 Comments