ମୋହନା ଥାନା ହାଜତରୁ ଅଭିଯୁକ୍ତ ଚମ୍ପଟ୍‌ ଘଟଣା : ୪ ପୁଲିସ ନିଲମ୍ବିତ

ପାରଳାଖେମୁଣ୍ଡି : ଗଜପତି ଜିଲ୍ଲା ମୋହନା ଥାନା ପରିସରରୁ ଗଞ୍ଜେଇ ଚାଲାଣ ମାମଲାରେ ଗିରଫ ଅଭିଯୁକ୍ତ ସନାତନ କରାଡ଼ ଥାନା ହାଜତରୁ ଚମ୍ପଟ୍‌ ମାରିବା ଘଟଣାରେ ଆଜି ଗଜପତି ଏସ୍‌.ପି ତପନ ପଟ୍ଟନାୟକ ୪ ପୁଲିସ କର୍ମଚାରୀଙ୍କୁ ନିଲମ୍ବନ କରିଛନ୍ତି। ସେମାନେ ହେଲେ କନଷ୍ଟେବଳ ବିଶ୍ୱଜିତ୍ ସାଗର ଓ ଉମା ସାଗର ଏବଂ ହୋମଗାର୍ଡ଼ ଦୁ‌‌ର୍ଯ୍ୟୋଧନ କାର୍ଜୀ ଓ ଶେଖର ପ୍ରସାଦ ନାୟକ। କର୍ତ୍ତବ୍ୟରେ ଅବହେଳା ଦର୍ଶାଇ ଏଭଳି ପଦକ୍ଷେପ ନିଆ ଯାଇଥିବା ଏସ୍.ପି ଶ୍ରୀ ପଟ୍ଟନାୟକ ପ୍ରକାଶ କରିଛନ୍ତି।

ଏନଡିପିଏସ୍ ମାମଲାରେ ଗିରଫ ଅଭିଯୁକ୍ତ ସନାତନ କରାଡ଼ ଗତ ୧୩ ତାରିଖ ସକାଳେ ଶୌଚ ଯିବା ବାହାନା କରି ମୋହନା ଥାନା ହାଜତରୁ ଚମ୍ପଟ୍‌ ମାରିଥିଲା। ଏ ନେଇ ମୋହନା ଥାନାରେ କେସ୍‌ ନଂ-୧୨୦/୨୦୨୦ ରୁଜୁ କରାଯାଇଛି। ତେବେ, ଏଯାବତ୍‌ ଅଭିଯୁକ୍ତ ଧରା ପଡ଼ିନାହିଁ। ସେହିଭଳି, ପୂର୍ବରୁ ରା.ଉଦୟଗିରି ବ୍ଲକ୍‌ ଶିଆଳିଲଟି ପଞ୍ଚାୟତର କାନକଟା ନାକା ପଏଣ୍ଟରେ ଧରା ପଡ଼ିଥିବା ଜଣେ ଅଭିଯୁକ୍ତ ରା.ଉଦୟଗିରି ଥାନା ଅଭ୍ୟର୍ଥନା କକ୍ଷର ପାଇଖାନା ସ୍କାଏଲାଇଟ୍‌ ଦେଇ ଚମ୍ପଟ୍‌ ମାରିବାରେ ସମର୍ଥ ହୋଇଥିଲା। ତା’ର ଖୋଜ ଖବର ବର୍ତ୍ତମାନ ସୁଦ୍ଧା ପୁଲିସ ପାଇ ପାରିନାହିଁ।

The post ମୋହନା ଥାନା ହାଜତରୁ ଅଭିଯୁକ୍ତ ଚମ୍ପଟ୍‌ ଘଟଣା : ୪ ପୁଲିସ ନିଲମ୍ବିତ first appeared on Sambad.



from ରାଜ୍ୟ – Sambad https://ift.tt/2J3oBV7

Post a Comment

0 Comments