
ଅନଗୁଳ: ଗତ ମଧ୍ୟରାତ୍ରୀରେ ଜୁବୁଲି ଟାଉନ୍ସ୍ଥିତ ଶ୍ରୀ ଶ୍ରୀ ନାଗେଶ୍ୱର ଶିବ ମନ୍ଦିରରୁ ଦୁର୍ବୃତ୍ତମାନେ କିଛି ନଗଦ ଅର୍ଥ ଚୋରାଇ ନେଇଛନ୍ତି।
ମନ୍ଦିରରେ ଥିବା ଦୁଇଟି ହୁଣ୍ଡିରୁ ନଗଦ ପ୍ରାୟ ୨୦ ହଜାର ଟଙ୍କା ଚୋରି ହୋଇଥିବା ପୂଜକ ଅନୁମାନ କରି କହିଛନ୍ତି।

ଦୁର୍ବୃତ୍ତମାନେ ନିକଟରେ ଥିବା ଏକ ନନ୍ଦ କାରଖାନାରୁ ଶାବଳ ଆଣି ଶିବ ଓ ପାର୍ବତୀଙ୍କ ମନ୍ଦିରର ଗ୍ରିଲ୍ ତାଡ଼ି ହୁଣ୍ଡି ବାକ୍ସ ଲୁଟ୍ କରିଛନ୍ତି। ଏ ସଂକ୍ରାନ୍ତରେ ମନ୍ଦିର କର୍ତ୍ତୃପକ୍ଷ ଟାଉନ୍ ଥାନା ପୁଲିସକୁ ଅବଗତ କରାଇଛନ୍ତି। ତଦନ୍ତ ପରେ ବସ୍ତବ ଘଟଣା ଜଣାପଡ଼ିବ ବୋଲି ଆଶା କରାଯାଉଛି।
The post ଅନଗୁଳ: ନାଗେଶ୍ୱର ଶିବ ମନ୍ଦିରରୁ ଚୋରି first appeared on Sambad.
from ରାଜ୍ୟ – Sambad https://ift.tt/3q0CR1K
0 Comments