ସାରୁଅ ଓଟିଭି ସମ୍ମୁଖରେ ଠିକା ଶ୍ରମିକଙ୍କ ଆନ୍ଦୋଳନ ୧୫ଦିନରେ, ଅସୁସ୍ଥ ୩ ଠିକା ଶ୍ରମିକ ଡାକ୍ତରଖାନାରେ ଭର୍ତ୍ତି

ବେଗୁନିଆ : ଖୋର୍ଦ୍ଧା ଜିଲ୍ଲା ସାରୁଅ ଶିଳ୍ପାଞ୍ଚଳରେ ଥିବା ଓଟିଭି–ତରଙ୍ଗ ଷ୍ଟୁଡିଓ ସମ୍ମୁଖରେ ଠିକାଶ୍ରମିକମାନଙ୍କ ଧାରଣା ୧୫ଦିନରେ ପହଞ୍ଚିଛି। ଧାରଣାରତ ଠିକା ଶ୍ରମିକମାନଙ୍କ ସ୍ବାସ୍ଥ୍ୟ ଅବସ୍ଥା ଦିନକୁ ଦିନ ଖରାପହେବାକୁ ଲାଗିଲାଣି। ଗତକାଲି ୩ଜଣ ଠିକାଶ୍ରମିକ ଗୁରୁତର ଅବସ୍ଥାରେ ଖୋର୍ଦ୍ଧା ଏବଂ ଏମ୍‌ସରେ ଭର୍ତ୍ତି ହୋଇଛନ୍ତି। ଠିକା ଶ୍ରମିକମାନଙ୍କୁ ଯୁଗ୍ମ ଶ୍ରମ ଅଧିକାରୀ ଆସନ୍ତା ୧୮ ତାରିଖରେ ଆଲୋଚନା ପାଇଁ ଉପସ୍ଥିତ ରହିବାକୁ ନୋଟିସ କରିଥିବାବେଳେ ଆର୍ଥିକ ଅବସ୍ଥା ଭଲ ନ ଥିବାରୁ ଯାଇପାରିବେ ନାହିଁ ବୋଲି ଶ୍ରମିକମାନେ ରୋକଠୋକ୍‌ ଶୁଣାଇଥିଲେ।

The post ସାରୁଅ ଓଟିଭି ସମ୍ମୁଖରେ ଠିକା ଶ୍ରମିକଙ୍କ ଆନ୍ଦୋଳନ ୧୫ଦିନରେ, ଅସୁସ୍ଥ ୩ ଠିକା ଶ୍ରମିକ ଡାକ୍ତରଖାନାରେ ଭର୍ତ୍ତି first appeared on Sambad.



from ରାଜ୍ୟ – Sambad https://ift.tt/2IHQgL7

Post a Comment

0 Comments