ଏଆଇପିଏଚ୍ ବିଶ୍ବବିଦ୍ୟାଳୟରେ ଇ-ବର୍ଜ୍ୟବସ୍ତୁର ପରିଚାଳନା ସମ୍ବନ୍ଧୀୟ ୱେବିନାର

ଭୁବନେଶ୍ବର : ବୈଷୟିକ ପ୍ରଗତି ସହିତ ବର୍ତ୍ତମାନ ସମଗ୍ର ବିଶ୍ୱରେ ଇଲେକ୍ଟ୍ରୋନିକସ୍ ଉପକରଣ ଗୁଡ଼ିକର ବ୍ୟବହାରରେ ବୃଦ୍ଧି ଘଟିଛି। ଏହି କାରଣରୁ ପୃଥିବୀରେ ଇ-ବର୍ଜ୍ୟବସ୍ତୁ ବହୁଳ ଭାବେ ପଡ଼ି ରହି ଏକ ଗମ୍ଭୀର ସମସ୍ୟା ସୃଷ୍ଟି କରୁଛି। ଏଥିପାଇଁ ଏଆଇପିଏଚ୍ ବିଶ୍ବବିଦ୍ୟାଳୟ ତରଫରୁ ଇ-ବର୍ଜ୍ୟବସ୍ତୁର ମାଇକ୍ରୋବିୟାଲ୍ ମିନେରାଲାଇଜେସନ୍ ଉପରେ ଏକ ୱେବିନାର କରାଯାଇଥିଲା। ବିଶ୍ବବିଦ୍ୟାଳୟର କୁଳପତି ଡ. ଏ. ପି. ଦାଶ ଏଥିରେ ଭାଗନେଇ ଇ-ବର୍ଜ୍ୟବସ୍ତୁରେ ରହିଥିବା ଉପାଦାନ କିଭଳି ଆମ ପରିବେଶ ଏବଂ ଜନସ୍ବାସ୍ଥ୍ୟ ଉପରେ ହାନିକାରକ ପ୍ରଭାବ ପକାଉଛି, ସେ ସମ୍ପର୍କରେ ଆଲୋକପାତ କରିଥିଲେ। ଇ-ବର୍ଜ୍ୟବସ୍ତୁରେ ରହିଥିବା ମୂଲ୍ୟବାନ ସୁନା, ତମ୍ବା ଓ ନିକେଲ ଜାତୀୟ ଧାତବ ପଦାର୍ଥ ଗୁଡ଼ିକ ପ୍ରକୃତିରୁ ମିଳୁଥିବା ଖଣିଜ ଦ୍ରବ୍ୟ ସହିତ ତୁଳନାତ୍ମକ ଭାବେ ସମାନ। ଇ-ବର୍ଜ୍ୟବସ୍ତୁରେ ରହିଥିବା ଧାତବ ପଦାର୍ଥଗୁଡ଼ିକୁ ବାହାର କରାଯାଇ ଏହାକୁ ବ୍ୟବହାର ଯୋଗ୍ୟ କରିପାରିଲେ ଏହିଗୁଡ଼ିକ ମୂଲ୍ୟବାନ ସମ୍ପଦ ଭାବେ ପରିଗଣିତ ହୋଇପାରିବ।

ବିଶିଷ୍ଟ ପରିବେଶବିତ୍ ଏବଂ ପୂର୍ବତନ ଜାତୀୟ ଚିରହରିତ୍ ନ୍ୟାୟାଧିକରଣର ସଦସ୍ୟ ତଥା ଓଡ଼ିଶା ବିଜ୍ଞାନ ଏକାଡେମିର ସଭାପତି ଡ. ପି.ସି. ମିଶ୍ର ଯୋଗଦେଇ କହିଥିଲେ ଯେ, ଇ-ବର୍ଜ୍ୟବସ୍ତୁର ବହୁଳ ଆମଦାନୀ ଦ୍ବାରା ଭାରତ ଆବର୍ଜନାପୂର୍ଣ୍ଣ ଦେଶ ଭାବେ ବିଶ୍ବରେ ପରିଗଣିତ ହେଉଛି। ଯେପର୍ଯ୍ୟନ୍ତ ଆମେ ସଠିକ୍ ପରିଚାଳନା କରି ନପାରିବା ଏହା ଧୀରେ ଧୀରେ ଜଟିଳ ଅବସ୍ଥାକୁ ଚାଲିଯିବ। ବର୍ତ୍ତମାନ ବିଶ୍ବସ୍ତରରେ ଇ-ଆବର୍ଜନା ହାରାହାରି ପ୍ରାୟ ୫୪ ନିୟୁତ ଟନ୍‌ ଥିବା ବେଳେ ଆମ ଭାରତରେ ଏହା ୨.୩ ନିୟୁତ ଟନ୍ ରହିଛି। ଏହି ପରିମାଣ ଆଗକୁ ଆହୁରି ବଢ଼ି ବଢ଼ି ଚାଲିବ ବୋଲି ଆକଳନ କରାଯାଉଛି। କଳାହାଣ୍ଡି ବିଶ୍ବବିଦ୍ୟାଳୟର ଅଧ୍ୟାପକ ଡ. ଯତିନ୍ ପ୍ରଧାନ ଭାଗନେଇ କହିଥିଲେ ଯେ, କେମୋଲିଥୋଟ୍ରଫିକ୍ ଅଣୁଜୀବ ଏବଂ ବାୟୋହାଇଡ୍ରୋମେଟାଲୋଜିକାଲ୍ ଦ୍ବାରା ଇ-ବର୍ଜ୍ୟବସ୍ତୁରୁ ବହୁପରିମାଣର ମୂଲ୍ୟବାନ ପଦାର୍ଥ ବାହାର କରାଯାଇପାରିବ। ଆମ ଦେଶରେ ଥିବା ମାଇକ୍ରୋବାୟୋଲୋଜି ସୋସାଇଟି, ଓଡ଼ିଶା ଶାଖା ଦ୍ବାରା ବିଶ୍ବବିଦ୍ୟାଳୟରେ ଏହି କାର୍ଯ୍ୟକ୍ରମ କରାଯାଇଥିଲା। ଏଥିରେ ଓଡ଼ିଶାର ବିଭିନ୍ନ ପ୍ରନ୍ତରୁ ପ୍ରାୟ ୭୫ରୁ ଅଧିକ ଛାତ୍ରଛାତ୍ରୀ, ଅଧାପକ-ଅଧାପିକା, ପରିବେଶବିତ୍ ଯୋଗ ଦେଇଥିଲେ। ମାଇକ୍ରୋବାୟୋଲୋଜି ସୋସାଇଟିର ରାଷ୍ଟ୍ରୀୟ ସଭାପତି ପ୍ରଫେସର ଅରବିନ୍ଦ ଦେଶମୁଖ ଏହି କାର୍ଯ୍ୟକ୍ରମ ପାଇଁ ବିଶ୍ବବିଦ୍ୟାଳୟକୁ ଅଭିନନ୍ଦନ ଜଣାଇଥିଲେ। ପ୍ରଫେସର ନିରଞ୍ଜନ ବେହେରା ଅତିଥିମାନଙ୍କୁ କାର୍ଯ୍ୟକ୍ରମକୁ ସ୍ବାଗତ କରିଥିଲେ ଏବଂ ଡ. ଧୀରଜ ନନ୍ଦ ଅତିଥି ପରିଚୟ ପ୍ରଦାନ କରିବା ସହ ଡ. ଦେବାଶିଷ ଦେବ ଧନ୍ୟବାଦ ଦେଇଥିଲେ।

The post ଏଆଇପିଏଚ୍ ବିଶ୍ବବିଦ୍ୟାଳୟରେ ଇ-ବର୍ଜ୍ୟବସ୍ତୁର ପରିଚାଳନା ସମ୍ବନ୍ଧୀୟ ୱେବିନାର first appeared on Sambad.



from ରାଜ୍ୟ – Sambad https://ift.tt/2IKbqry

Post a Comment

0 Comments