ଆଜିଠାରୁ ପରିବର୍ତ୍ତିତ ‌ସମୟରେ ଚାଲିବ ସ୍ୱତନ୍ତ୍ର ‌ଟ୍ରେନ୍‌

ଭୁବ‌ନେଶ୍ୱର : ପୂର୍ବତଟ ରେଳପଥ ମଧ୍ୟରୁ ଛାଡ଼ୁଥିବା ୨୦ଟି ସ୍ବତନ୍ତ୍ର ଟ୍ରେନ୍‌ର ସମୟରେ ପରିବର୍ତନ କରାଯାଇଛି। ଉକ୍ତ ଟ୍ରେନ୍‌ଗୁଡ଼ିକ ହେଲା ପୁରୀ-ନୂଆଦିଲ୍ଲୀ ପୁରୁଷୋତ୍ତମ ‌ଏକ୍ସପ୍ରେସ୍‌, ବିଶାଖାପାଟଣା-ନୂଆଦିଲ୍ଲୀ ଏପି ଏକ୍ସପ୍ରେସ୍‌, ଭୁବନେଶ୍ବର-ହାଓଡା ଜନଶତାବ୍ଦୀ ଏକ୍ସପ୍ରେସ୍‌, ଭୁବନେଶ୍ବର-ବଲାଙ୍ଗୀର ଇଣ୍ଟରସିଟି ଏକ୍ସପ୍ରେସ୍‌, ଭୁବନେଶ୍ବର-ନୂଆଦିଲ୍ଲୀ ରାଜଧାନୀ ଏକ୍ସପ୍ରେସ୍‌ ଭାୟା ଟାଟା, ଭୁବନେଶ୍ବର-ନୂଆଦିଲ୍ଲୀ ରାଜଧାନୀ ଏକ୍ସପ୍ରେସ୍‌ ଭାୟା ଆଦ୍ରା, ଭୁବନେଶ୍ବର-ନୂଆଦିଲ୍ଲୀ ରାଜଧାନୀ ଏକ୍ସପ୍ରେସ୍‌ ଭାୟା ଅନୁଗୁଳ ଓ ରାଉରକେଲା, ପୁରୀ-ଦୁର୍ଗ ଏକ୍ସପ୍ରେସ୍‌, ପୁରୀ ଅହମ୍ମଦାବାଦ ଏକ୍ସପ୍ରେସ୍‌ ଭାୟା ଅନୁଗୁଳ, ବିଶାଖାପାଟଣା-କୋରବା, ପୁରୀ-ଅହମ୍ମଦାବାଦ ଏକ୍ସ‌ପ୍ରେସ୍‌ ଭାୟା ବିଜୟନଗରମ୍‌ ଓ ଟିଟିଲାଗଡ଼, ପୁରୀ-ଓକା ଏକ୍ସପ୍ରେସ୍‌, ପୁରୀ-ନନ୍ଦବିହାର ସ୍ବତନ୍ତ୍ର ଟ୍ରେନ୍‌ ଭାୟା ଆଦ୍ରା, ପୁରୀ-ଆନନ୍ଦବିହାର ‌ସ୍ବତନ୍ତ୍ର ଟ୍ରେନ୍‌ ଭାୟା ଟାଟା, ଭୁବନେଶ୍ବର-ବାଙ୍ଗାଲୁରୁ ପ୍ରଶାନ୍ତି ଏକ୍ସପ୍ରେସ୍‌, ଭୁବନେଶ୍ବର-ଆନନ୍ଦବିହାର ସ୍ବତନ୍ତ୍ର ଟ୍ରେନ୍‌ ଭାୟା ଢେଙ୍କାନାଳ, ଭୁବନେଶ୍ବର-ଆନନ୍ଦବିହାର ସ୍ବତନ୍ତ୍ର ଟ୍ରେନ୍‌ ଭାୟା ଆଦ୍ରା, ସମ୍ବଲପୁର-ରାୟଗଡ଼ା ସ୍ବତନ୍ତ୍ର ଟ୍ରେନ୍‌।

ଡିସେମ୍ବର ପହିଲାରୁ ଉକ୍ତ ‌ଟ୍ରେନ୍‌ଗୁଡ଼ିକ ନୂଆ ସମୟରେ ଚଳାଚଳ କରିବ। ସେହିପରି ପୂର୍ବତଟ ରେଳପଥ ମଧ୍ୟ ଦେଇ ଚଳାଚଳ କରୁଥିବା ୫ଟିର ସମୟ ମଧ୍ୟ ପରିବର୍ତନ ହୋଇଛି। କେନ୍ଦ୍ର ମନ୍ତ୍ରାଳୟ ନିର୍ଦେଶ ଅନୁଯାୟୀ ଏଭଳି ନିଷ୍ପତ୍ତି ନିଆଯାଇଥିବା ପୂର୍ବତଟ ରେଳପଥ ପକ୍ଷରୁ ସୂଚନା ଦିଆଯାଇଛି।

The post ଆଜିଠାରୁ ପରିବର୍ତ୍ତିତ ‌ସମୟରେ ଚାଲିବ ସ୍ୱତନ୍ତ୍ର ‌ଟ୍ରେନ୍‌ first appeared on Sambad.



from ରାଜ୍ୟ – Sambad https://ift.tt/3obkYLT

Post a Comment

0 Comments