
ଭୁବନେଶ୍ବର : ରାଜ୍ୟ ମହିଳା କମିସନ୍ରେ ୧୦୮୯୩ ଅଭିଯୋଗ ବିଚାରାଧୀନ ଅଛି। ଗତ ପାଞ୍ଚ ବର୍ଷ ମଧ୍ୟରେ ୧୧୭୧୮ ମାମଲାର ସମାଧାନ ହୋଇଛି। ବିଧାନସଭାରେ ବିଧାୟକ ରମେଶ ଚନ୍ଦ୍ର ସାଏଙ୍କ ଲିଖିତ ପ୍ରଶ୍ନର ଉତ୍ତରରେ ମହିଳା ଓ ଶିଶୁ ବିକାଶ ମନ୍ତ୍ରୀ ଟୁକୁନି ସାହୁ ଏହି ସୂଚନା ଦେଇଛନ୍ତି। ଅଭିଯୋଗଗୁଡ଼ିକର ଆଶୁ ସମାଧାନ ପାଇଁ ସରକାରଙ୍କ ପଦକ୍ଷେପ ସମ୍ପର୍କରେ ମନ୍ତ୍ରୀ କହିଛନ୍ତି ଯେ ବିଚାରାଧୀନ ମାମଲାଗୁଡ଼ିକର ଶୀଘ୍ର ଫଇସଲା କରି ନ୍ୟାୟ ଦେବା ପାଇଁ ରାଜ୍ୟ ମହିଳା କମିସନ୍ଙ୍କ ଦ୍ବାରା ବ୍ୟବସ୍ଥା ଗ୍ରହଣ କରାଯାଉଛି। ପକ୍ଷମାନଙ୍କୁ ଡକାଯାଇ ସତ୍ୟତା ନିରୂପଣ କରାଯାଇ ଆଶୁ ସମାଧାନ ନିମନ୍ତେ ପଦକ୍ଷେପ ନିଆଯାଉଛି। ସଂପୃକ୍ତ କର୍ତ୍ତୃପକ୍ଷଙ୍କଠାରୁ ରିପୋର୍ଟ ତଲବ କରିବା ସଙ୍ଗେ ସଙ୍ଗେ ସରଜମିନ୍ ତଦନ୍ତ କରି ମାମଲାଗୁଡ଼ିକର ତ୍ବରିତ ବେଗରେ ଫଇସଲା କରାଯାଉଛି। ଏହା ବାଦ୍ ମହିଳା କମିସନ୍ ରାଜ୍ୟର ବିଭିନ୍ନ ଜିଲ୍ଲାର ସଦର ମହକୁମାଗୁଡ଼ିକରେ ଶିବିର ଅଦାଲତମାନ କରି ସଂପୃକ୍ତ ଜିଲ୍ଲାର ଅଭିଯୋଗକାରିଣୀମାନଙ୍କୁ ଡାକି ସେଗୁଡ଼ିକର ଆଶୁ ଫଇସଲା କରିବା ପାଇଁ ପଦକ୍ଷେପ ନେଉଛନ୍ତି।
The post ମହିଳା କମିସନ୍ରେ ୧୦ ହଜାରରୁ ଅଧିକ ମାମଲା first appeared on Sambad.
from ରାଜ୍ୟ – Sambad https://ift.tt/33JJYlN
0 Comments