୧୨ ବରିଷ୍ଠ ଅଧିକାରୀଙ୍କୁ ଜିଲ୍ଲା ଦାୟିତ୍ବ, ଖରିଫ ଧାନ ସଂଗ୍ରହ ତଦାରଖ କରିବେ

ଭୁବନେଶ୍ୱର : ପଞ୍ଜୀକୃତ ଚାଷୀଙ୍କ ଠାରୁ ଖରିଫ ଧାନ ସଂଗ୍ରହ କାର୍ଯ୍ୟକୁ ସ୍ବଚ୍ଛ, ସୁବ୍ୟବସ୍ଥିତ କରିବା ନିମନ୍ତେ ଯୋଗାଣ ଓ ସମବାୟ ବିଭାଗର ୧୨ ଜଣ ବରିଷ୍ଠ ଅଧିକାରୀଙ୍କୁ ବିଭିନ୍ନ ଜିଲ୍ଲାର ଦାୟିତ୍ବ ଦିଆଯାଇଛି। ଅଧିକାରୀମାନେ ପ୍ରତିଦିନ ଧାନ ସଂଗ୍ରହ କାର୍ଯ୍ୟକୁ ତଦାରଖ କରିବା ସହିତ ଦାୟିତ୍ବ ଦିଆଯାଇଥିବା ଜିଲ୍ଲାଗୁଡ଼ିକୁ ନିୟମିତ ପରିଦର୍ଶନ କରିବା ପାଇଁ ନିର୍ଦ୍ଦେଶ ଦିଆଯାଇଛି। ବରିଷ୍ଠ ଅଧିକାରୀମାନେ ସେମାନଙ୍କ ଜିଲ୍ଲା ଗସ୍ତ ସମୟରେ ଚାଷୀ ଓ ପ୍ରାଥମିକ କୃଷି ସମବାୟ ସମିତିର କର୍ମକର୍ତ୍ତାମାନଙ୍କୁ ଭେଟି ସେମାନଙ୍କ ସମସ୍ୟା ସମ୍ପର୍କରେ ଅବଗତ ହେବା ସହିତ କ୍ଷେତ୍ର ସ୍ତରରେ ଧାନ ସଂଗ୍ରହରେ ଉପୁଜୁଥିବା ସମସ୍ୟାର ସମାଧାନ ଦିଗରେ ଆବଶ୍ୟକ ପଦକ୍ଷେପ ନେବେ। ଏହା ସହିତ ସମବାୟ ସମିତି ସମୂହ ନିବନ୍ଧକଙ୍କ ପକ୍ଷରୁ ଡିଆର୍‌ସିଏସ୍‌ ଓ ଏଆର୍‌ସିଏସ୍‌ କାର୍ଯ୍ୟାଳୟରେ କଣ୍ଟ୍ରୋଲ୍‌ ରୁମ୍‌ କାର୍ଯ୍ୟ କରିବ।

ଜିଲ୍ଲା ଦାୟିତ୍ବରେ ଥିବା ଅଧିକାରୀମାନେ ହେଲେ ବରଗଡ଼ ଜିଲ୍ଲା ପାଇଁ ଯୋଗାଣ ନିଗମ ପରିଚାଳନା ନିର୍ଦ୍ଦେଶକ ବିଶ୍ବଜିତ କେଶରୀ ଦାସ, ସମ୍ବଲପୁର ପାଇଁ ସମବାୟ ସମିତି ସମୂହ ନିବନ୍ଧକ ସୁଶାନ୍ତ ବାରିକ, କଳାହାଣ୍ଡି ପାଇଁ ଯୋଗାଣ ବିଭାଗର ଅତିରିକ୍ତ ଶାସନ ସଚିବ ଧୀରେନ୍ଦ୍ର କୁମାର ସାହୁ, ନୂଆପଡ଼ା ପାଇଁ ଯୋଗାଣ ବିଭାଗର ଅତିରିକ୍ତ ନିର୍ଦ୍ଦେଶକ ଅଜିତ କୁମାର ପାତ୍ର, ସୁବର୍ଣ୍ଣପୁର ପାଇଁ ସମବାୟ ବିଭାଗର ସ୍ବତନ୍ତ୍ର ଶାସନ ସଚିବ ଭରତ ଚନ୍ଦ୍ର ବେହେରା, ବଲାଙ୍ଗୀର ପାଇଁ ଯୁଗ୍ମ ଶାସନ ସଚିବ ସୁଦର୍ଶନ ସେଠୀ,‌ କୋରାପୁଟ ପାଇଁ ଯୋଗାଣ ବିଭାଗର ଯୁଗ୍ମ ନିର୍ଦ୍ଦେଶକ ନରେନ୍ଦ୍ର କୁମାର ରାଉତ, ବୌଦ୍ଧ ପାଇଁ ସମବାୟ ବିଭାଗର ଯୁଗ୍ମ ସଚିବ ସନ୍ତୋଷ କୁମାର ଦାଶ, ସୁନ୍ଦରଗଡ଼ ପାଇଁ ଯୋଗାଣ ବିଭାଗର ଅତିରିକ୍ତ ଶାସନ ସଚିବ ଜ୍ୟୋତି କୁମାର ଲାକ୍ରା, କେନ୍ଦୁଝର ପାଇଁ ସମବାୟ ବିଭାଗର ଉପ ଶାସନ ସଚିବ ସୁଶାନ୍ତ କୁମାର ପଣ୍ଡା, ଝାରସୁଗୁଡ଼ା ପାଇଁ ଡିଆର୍‌ସିଏସ୍‌ କୃଷ୍ଣ ଚନ୍ଦ୍ର ଦାସ ଏବଂ ରାୟଗଡ଼ା ପାଇଁ ପିଡିଏସ୍‌ ମହାପ୍ରବନ୍ଧକ ସୁଧାକର ଶବର।

The post ୧୨ ବରିଷ୍ଠ ଅଧିକାରୀଙ୍କୁ ଜିଲ୍ଲା ଦାୟିତ୍ବ, ଖରିଫ ଧାନ ସଂଗ୍ରହ ତଦାରଖ କରିବେ first appeared on Sambad.



from ରାଜ୍ୟ – Sambad https://ift.tt/3oaE2JY

Post a Comment

0 Comments