ହାଇକୋର୍ଟରେ ମାଧ୍ୟମିକ ଶିକ୍ଷା ନିର୍ଦ୍ଦେଶକଙ୍କ ସହ ୩ ଡିଇଓଙ୍କ କ୍ଷମା ପ୍ରାର୍ଥନା

କଟକ : ଅଦାଲତ ଅବମାନନା ମାମଲାରେ ମାଧୢମିକ ଶିକ୍ଷା ନିର୍ଦ୍ଦେଶକ ପ୍ରଦୀପ କୁମାର ଦାଶ, ପୁରୀ ଜିଲ୍ଲା ଶିକ୍ଷା ଅଧିକାରୀ (ଡିଇଓ) ନିର˚ଜନ ସାହୁ, ଯାଜପୁର ଜିଲ୍ଲା ଡିଇଓ କୃଷ୍ଣଚନ୍ଦ୍ର ନାୟକ ଓ ଜଗତସି˚ହପୁର ଡିଇଓ ଦାୟିତ୍ବରେ ଥିବା ସପନ କୁମାର ଜେନା ହାଇକୋର୍ଟରେ ନିସର୍ତ୍ତ କ୍ଷମାପ୍ରାର୍ଥନା କରିଛନ୍ତି। ଏଥିସହିତ ହାଇକୋର୍ଟଙ୍କ ପୂର୍ବ ନିର୍ଦ୍ଦେଶ ପାଳନ ନେଇ ଏହି ଅଧିକାରୀମାନେ ସତ୍ୟପାଠ ଦାଖଲ କରିଛନ୍ତି। ନିସର୍ତ୍ତ କ୍ଷମାପ୍ରାର୍ଥନା ସହିତ ପୂର୍ବ ନିର୍ଦ୍ଦେଶ ପାଳନ ପ୍ରସ˚ଗକୁ ବିଚାରକୁ ନେଇ ହାଇକୋର୍ଟ ଏହି ଅଧିକାରୀଙ୍କ ବିରୋଧରେ ଗତ ଅକ୍ଟୋବର ୨୮ରେ ଜାରି କରିଥିବା ଗିରଫ ପରୱାନା ନିର୍ଦ୍ଦେଶ ପ୍ରତ୍ୟାହାର ପାଇଁ ଆଦେଶ ଦେଇଛନ୍ତି। ଜଷ୍ଟିସ୍‌ କେ.ଆର. ମହାପାତ୍ରଙ୍କୁ ନେଇ ଗଠିତ ଖଣ୍ତପୀଠ ଏ ସ˚ପର୍କିତ ଅଦାଲତ ଅବମାନନା ମାମଲାର ଶୁଣାଣି କରି ଏପରି ନିର୍ଦ୍ଦେଶ ଦେଇଛନ୍ତି।

ମାମଲାର ବିବରୀଣରୁ ପ୍ରକାଶ, ପୃଥକ ଭାବେ ୨୦୧୯ରେ ଦାୟର ଅଦାଲତ ଅବମାନନା ମାମଲାଗୁଡିକର ୨୦୨୦, ସେପ୍ଟେମ୍ବର ୧୦ରେ ଶୁଣାଣି କରି ହାଇକୋର୍ଟ ମାଧୢମିକ ଶିକ୍ଷା ନିର୍ଦ୍ଦେଶକ, ପୁରୀ ଡିଇଓ, ଯାଜପୁର ଡିଇଓ ଏବଂ ଜଗତସି˚ହପୁର ଡିଇଓଙ୍କୁ ଅକ୍ଟୋବର ୨୮ରେ ବ୍ୟକ୍ତିଗତ ଭାବେ ହାଜର ହେବା ପାଇଁ ନିର୍ଦ୍ଦେଶ ଦେଇଥିଲେ। କିନ୍ତୁ ଏହି ଅଧିକାରୀମାନେ ଗତ ୨୮ ତାରିଖ ଦିନ ବ୍ୟକ୍ତିଗତ ଭାବେ ହାଜର ହୋଇ ନଥିଲେ। ହାଇକୋର୍ଟଙ୍କ ପୂର୍ବ ନିର୍ଦ୍ଦେଶ କାର୍ଯ୍ୟକାରୀ ହୋଇଥିବା ଦର୍ଶାଇ ଏହି ଅଧିକାରୀମାନଙ୍କ ପକ୍ଷରୁ କେବଳ ସତ୍ୟପାଠ ଦାଖଲ କରାଯାଇଥିଲା। ଅକ୍ଟୋବର ୨୮ରେ ହାଇକୋର୍ଟ ଅଦାଲତ ଅବମାନନା ମାମଲାଗୁଡିକର ଶୁଣାଣି କରି ଏହି ଅଧିକାରୀମାନଙ୍କ ବିରୋଧରେ ଜାମିନ ଯୋଗ୍ୟ ଗିରଫ ପରୱାନା ଜାରି କରିଥିଲେ। ପୁଲିସକୁ ନଭେମ୍ବର ୩ରେ ଏହି ଅଧିକାରୀଙ୍କୁ ହାଜର କରିବା ପାଇଁ ହାଇକୋର୍ଟ ନିର୍ଦ୍ଦେଶ ଦେଇଥିଲେ। ଯେଉଁଥିପାଇଁ ନିସର୍ତ୍ତ କ୍ଷମାପ୍ରାର୍ଥନା କରିବା ସହିତ ଅକ୍ଟୋବର ୨୮ର ଉକ୍ତ ନିର୍ଦ୍ଦେଶ ପ୍ରତ୍ୟାହାର ପାଇଁ ପ୍ରାର୍ଥନା କରି ଏହି ଅଧିକାରୀମାନେ ହାଇକୋର୍ଟରେ ଆବେଦନ କରିଥିଲେ।

The post ହାଇକୋର୍ଟରେ ମାଧ୍ୟମିକ ଶିକ୍ଷା ନିର୍ଦ୍ଦେଶକଙ୍କ ସହ ୩ ଡିଇଓଙ୍କ କ୍ଷମା ପ୍ରାର୍ଥନା first appeared on Sambad.



from ରାଜ୍ୟ – Sambad https://ift.tt/322tggv

Post a Comment

0 Comments