
ଭୁବନେଶ୍ବର: ଆସନ୍ତା ୨୦ ତାରିଖରୁ ବିଧାନସଭାର ଶୀତକାଳୀନ ଅଧିବେଶନ ଆରମ୍ଭ ହେବ। କରୋନା କାଳରେ ଏହି ଅଧିବେଶନ ଆହୁତ ହୋଇଥିବାରୁ ଆଜିଠାରୁ ୩ଦିନ ବ୍ୟାପି ବିଧାୟକ, କର୍ମଚାରୀ ଓ ସାମ୍ବାଦିକମାନଙ୍କ ପାଇଁ ବିଧାନସଭା ପରିସରରେ କୋଭିଡ୍ ଟେଷ୍ଟ୍ ଆରମ୍ଭ ହୋଇଛି। ପ୍ରଥମ ଦିନରେ ବାଚସ୍ପତି ସୂର୍ଯ୍ୟନରାୟଣ ପାତ୍ର, ସଂସଦୀୟ ବ୍ୟପାର ମନ୍ତ୍ରୀ ବିକ୍ରମ କେଶରୀ ଆରୁଖଙ୍କ ସମେତ ମୋଟ ୨୬ ଜଣ ବିଧାୟକମାନଙ୍କ ଠାରୁ ନମୁନା ସଂଗ୍ରହ ହୋଇଛି। ସେହିପରି ୬୪୭ ଜଣ ବିଧାନସଭା କର୍ମଚାରୀ, ସଚିବାଳୟ ଅଧିକାରୀ, ପୁଲିସ, ସୁରକ୍ଷା କର୍ମୀ ଓ ସାମ୍ବାଦିକମାନେ ସେମାନଙ୍କ ଆର୍ଟିପିସିଆର୍ ଟେଷ୍ଟ୍ ପାଇଁ ନମୁନା ପ୍ରଦାନ କରିଛନ୍ତି। ମଙ୍ଗଳବାର ମୋଟ ୬୭୩ ଜଣଙ୍କର ନମୁନା ସଂଗ୍ରହ ହୋଇଛି। ଯେଉଁ ବିଧାୟକ, କର୍ମଚାରୀ ଓ ସାମ୍ବାଦିକଙ୍କର କୋଭିଡ୍ ପରୀକ୍ଷାରେ ନେଗେଟିଭ୍ ରିପୋର୍ଟ ଆସିବ, ସେମାନଙ୍କୁ ବିଧାନସଭା ପରିସରକୁ ପ୍ରବେଶ ପାଇଁ ଅନୁମତି ମିଳିବ ବୋଲି ନିଷ୍ପତ୍ତି ହୋଇଛି।
The post ଶୀତ ଅଧିବେଶନ ପାଇଁ ବାଚସ୍ପତି, ବିଧାୟକ ଓ କର୍ମଚାରୀଙ୍କ କୋଭିଡ୍ ଟେଷ୍ଟ ଆରମ୍ଭ first appeared on Sambad.
from ରାଜ୍ୟ – Sambad https://ift.tt/3pASWLb
0 Comments