
ଭୁବନେଶ୍ୱର : ବହୁ ଚର୍ଚ୍ଚିତ ଓଡ଼ିଶା ବିଶ୍ୱବିଦ୍ୟାଳୟ (ସଂଶୋଧନ) ଆଇନ-୨୦୨୦ ଲାଗୁ ହୋଇଛି। ଏ ନେଇ ବିଧିବଦ୍ଧ ଭାବେ ଗେଜେଟ୍ ବିଜ୍ଞପ୍ତି ପ୍ରକାଶ ପାଇବା ପରେ ଉଚ୍ଚଶିକ୍ଷା ବିଭାଗ ଅଧୀନରେ ଆସୁଥିବା ବିଶ୍ୱବିଦ୍ୟାଳୟଗୁଡ଼ିକ ପାଇଁ ନୂଆ ଆଇନ କାର୍ଯ୍ୟକାରୀ ହୋଇଛି। ଏ ସମ୍ପର୍କରେ ଆବଶ୍ୟକ ପଦକ୍ଷେପ ନେବାକୁ ଉଚ୍ଚଶିକ୍ଷା ବିଭାଗ ଯୁଗ୍ମ ଶାସନ ସଚିବ ୧୩ଟି ବିଶ୍ବବିଦ୍ୟାଳୟ କୁଳସଚିବଙ୍କୁ ଚିଠି ଲେଖିଛନ୍ତି।
ସେସବୁ ବିଶ୍ବବିଦ୍ୟାଳୟଗୁଡ଼ ଉତ୍କଳ ବିଶ୍ବବିଦ୍ୟାଳୟ, ରମାଦେବୀ ମହିଳା ବିଶ୍ବବିଦ୍ୟାଳୟ, ରେଭନ୍ସା ବିଶ୍ବବିଦ୍ୟାଳୟ, ବ୍ରହ୍ମପୁର ବିଶ୍ବବିଦ୍ୟାଳୟ, ଖଲ୍ଲିକୋଟ ବିଶ୍ବବିଦ୍ୟାଳୟ, ସମ୍ବଲପୁର ବିଶ୍ବବିଦ୍ୟାଳୟ, ଫକିର ମୋହନ ବିଶ୍ବବିଦ୍ୟାଳୟ, ଉତ୍ତର ଓଡ଼ିଶା ବିଶ୍ବବିଦ୍ୟାଳୟ, ଶ୍ରୀ ଜଗନ୍ନାଥ ସଂସ୍କୃତ ବିଶ୍ବବିଦ୍ୟାଳୟ, ଜି.ଏମ୍ ବିଶ୍ବବିଦ୍ୟାଳୟ, କଳାହାଣ୍ଡି ବିଶ୍ବବିଦ୍ୟାଳୟ ଓ ରାଜେନ୍ଦ୍ର ବିଶ୍ବବିଦ୍ୟାଳୟ।
ପ୍ରକାଶଥାଉକି, ଓଡ଼ିଶା ବିଶ୍ବବିଦ୍ୟାଳୟ (ସଂଶୋଧନ) ବିଲ୍-୨୦୨୦ ବିଧାନସଭାର ଗତ ମୌସୁମୀ ଅଧିବେଶନରେ ବହୁ ବିତର୍କ ପରେ ଗୃହରେ ପାରିତ ହୋଇଥିଲା। ବିଶ୍ବବିଦ୍ୟାଳୟ ସ୍ତରରେ ଗୁଣାତ୍ମକ ଶିକ୍ଷା, ଅଧ୍ୟାପକ ନିଯୁକ୍ତିରେ ସ୍ବଚ୍ଛତା, ଉତ୍ତମ ଶୈକ୍ଷିକ ବାତାବରଣ, ଚୟନ ସଂସ୍ଥାଙ୍କ ଦ୍ବାରା କର୍ମଚାରୀ ନିଯୁକ୍ତିକୁ ସୁନିଶ୍ଚିତ କରିବା ନେଇ ସରକାର ଏହି ଆଇନ ପ୍ରଣୟନ କରିଛନ୍ତି। ଏହାବ୍ୟତୀତ ବିଶ୍ବବିଦ୍ୟାଳୟଗୁଡ଼ିକୁ ରାଜନୈତିକ ହସ୍ତକ୍ଷେପରୁ ଉର୍ଦ୍ଧ୍ବରେ ରଖିବା ପାଇଁ ଆଇନରେ ସଂଶୋଧନ କରାଯାଇଥିବା ନେଇ ସରକାର ଗୃହରେ ସ୍ପଷ୍ଟ କରିଥିଲେ।
The post ଲାଗୁ ହେଲା ଓଡ଼ିଶା ବିଶ୍ୱବିଦ୍ୟାଳୟ (ସଂଶୋଧନ) ଆଇନ-୨୦୨୦ first appeared on Sambad.
from ରାଜ୍ୟ – Sambad https://ift.tt/2ItsbYE
0 Comments