ଓଡ଼ିଶା ୱାନ୍‌ ପୋର୍ଟାଲରେ ଏକୀକରଣ ହେବ ସମସ୍ତ ପରିବହନ ଇ-ସେବା : ୧୫ ତାରିଖ ସୁଦ୍ଧା ସମ୍ପୂର୍ଣ୍ଣ କରିବାକୁ ପରିବହନ ବିଭାଗର ନିର୍ଦ୍ଦେଶ

ଭୁବନେଶ୍ୱର : ଗାଡ଼ି ପଞ୍ଜୀକରଣଠାରୁ ଆରମ୍ଭ କରି ପରିବହନ ସେବାରେ ବ୍ୟବହୃତ ସମସ୍ତ ପ୍ରକାର ଇ-ସେବାକୁ ଓଡ଼ିଶା ଓ୍ବାନ୍‌ ପୋର୍ଟାଲ୍‌ ସହିତ ଏକୀକରଣ କରାଯିବ। ଫଳରେ ଗୋଟିଏ ପ୍ଲାଟ୍‌ଫର୍ମରେ ଲୋକଙ୍କୁ ସମସ୍ତ ପ୍ରକାର ତଥ୍ୟ ଓ ସେବା ମିଳିପାରିବ। ଆସନ୍ତା ୧୫ ତାରିଖ ସୁଦ୍ଧା ଏହି ଏକୀକରଣ କାମ ସମ୍ପୂର୍ଣ୍ଣ କରିବାକୁ ବାଣିଜ୍ୟ ଓ ପରିବହନ ବିଭାଗ ଯୁଗ୍ମ ଶାସନ ସଚିବ ପରିବହନ କମିସନରଙ୍କୁ ଚିଠି ଲେଖି ଜଣାଇଛନ୍ତି।

ସାଧାରଣ ଲୋକଙ୍କୁ ସମସ୍ତ ତଥ୍ୟ ଓ ସେବା ପ୍ରଦାନ କରିବାକୁ ସରକାର ଓଡ଼ିଶା ଓ୍ବାନ୍‌ ପୋର୍ଟାଲ୍‌ ବିକାଶ କରିଛନ୍ତି। ପ୍ରଶାସନିକ ସଂସ୍କାର ପାଇଁ ସରକାର ଲାଗୁ କରିଥିବା ୫’ଟି’ ମନ୍ତ୍ର ଆଧାରରେ ସବୁ ବିଭାଗ ଏହି ପୋର୍ଟାଲ୍‌ ସହିତ ଏକୀକରଣ କରିଛନ୍ତି। ସାଧାରଣ ଲୋକଙ୍କୁ ସେବା ଯୋଗାଉଥିବା ଆଞ୍ଚଳିକ ପରିବହନ କାର୍ଯ୍ୟାଳୟଠୁ ଆରମ୍ଭ କରି କମିସନରଙ୍କ କାର୍ଯ୍ୟାଳୟ ପର୍ଯ୍ୟନ୍ତ ସମସ୍ତ ପ୍ରକାର ଇ-ସେବାକୁ ଏହି ପୋର୍ଟାଲ୍‌ରେ ଯୋଡ଼ିବା ଦ୍ବାରା ପରିବହନ ସେବାରେ ଆହୁରି ସ୍ବଚ୍ଛତା ଆସିବ ବୋଲି ସରକାର ଆଶା ରଖିଛନ୍ତି।

The post ଓଡ଼ିଶା ୱାନ୍‌ ପୋର୍ଟାଲରେ ଏକୀକରଣ ହେବ ସମସ୍ତ ପରିବହନ ଇ-ସେବା : ୧୫ ତାରିଖ ସୁଦ୍ଧା ସମ୍ପୂର୍ଣ୍ଣ କରିବାକୁ ପରିବହନ ବିଭାଗର ନିର୍ଦ୍ଦେଶ first appeared on Sambad.



from ରାଜ୍ୟ – Sambad https://ift.tt/3ly6q8c

Post a Comment

0 Comments