ଭାରସାମ୍ୟ ହରାଇ ରାସ୍ତା କଡକୁ ଖସି ପଡିଲା ବସ୍, ୧୧ ଯାତ୍ରୀ ଆହତ

ଭଦ୍ରକ: ଭଦ୍ରକର ୧୬ ନମ୍ୱର୍ ଜାତୀୟ ରାଜପଥର ତ୍ରିସଲ୍ ପୁର ଛକ ନିକଟରେ ଏକ ଯାତ୍ରୀବାହୀ ବସ୍ ଭାରସାମ୍ୟ ହରାଇ ରାସ୍ତା କଡକୁ ଖସି ପଡିଛି। ଦୁର୍ଘଟଣା ପରେ ଏଥିରେ ଥିବା ୧୧ ଯାତ୍ରୀ ଆହତ ହୋଇଛନ୍ତି। ଆହତଙ୍କୁ ଭଦ୍ରକ ଅଗ୍ନିଶମ ବାହିନୀ ଓ ଭଦ୍ରକ ଗ୍ରାମାଂଚଳ ପୁଲିସ ଘଟଣାସ୍ଥଳରୁ ଉଦ୍ଧାର କରି ଭଦ୍ରକ ମୁଖ୍ୟ ଚିକିତ୍ସାଳୟରେ ଚିକିତ୍ସା ନିମନ୍ତେ ଭର୍ତ୍ତି କରିଛନ୍ତି। ସୋନୁ ମୁନୁ ନାମକ ଏହି ଯାତ୍ରୀବାହୀ ବସ୍ ଟି ବାଲେଶ୍ଵରରୁ ଭୁବନେଶ୍ୱର ଅଭିମୁଖେ ଯାଉଥିବା ବେଳେ ଦୁର୍ଘଟଣା ଘଟିଥିବା ଜଣା ପଡ଼ିଛି।

The post ଭାରସାମ୍ୟ ହରାଇ ରାସ୍ତା କଡକୁ ଖସି ପଡିଲା ବସ୍, ୧୧ ଯାତ୍ରୀ ଆହତ first appeared on Sambad.



from ରାଜ୍ୟ – Sambad https://ift.tt/3p3I48B

Post a Comment

0 Comments