କୋଟିଏ ଟଙ୍କାର ଗଞ୍ଜେଇ ସହ ଟ୍ରକ୍ ଜବତ, ଡ୍ରାଇଭର ଫେରାର୍ 

ରାୟଗଡ଼ା: ରାୟଗଡ଼ା ଥାନା ପୁଲିସ୍ ଆଜି ଜୟପୁର ସୁଗାର କଂପାନି (ଜେ‌ସକୋ) ଅଞ୍ଚଳରୁ ଗଞ୍ଜେଇ ଭର୍ତ୍ତି ଟ୍ରକକୁ ଜବତ କରିଛି। ଟ୍ରକ୍ ଭିତରେ ୧୧୧୪ କେଜି ଗଞ୍ଜେଇ ଥିବା ବେଳେ ଏହାର ଆନୁମାନିକ ମୂଲ୍ୟ ୧ କୋଟି ଟଙ୍କା ହେବ ବୋଲି ପୁଲିସର ପ୍ରାଥମିକ ତଦନ୍ତରୁ ଜଣା ପଡିଛି।

ସୂଚନା ମୁତାବକ, ଜେସକୋ ଅଞ୍ଚଳରେ ସନ୍ଦେହଜନକ ଅବସ୍ଥାରେ ଏକ ଟ୍ରକ୍ ନଂ-ଏମଏଚ୍୧୯ଜେଡ୍-୫୩୦୮ ପାର୍କିଂ ହୋଇଥିବା ନେଇ ପୁଲିସକୁ ସୂଚନା ମିଳିଥିଲା। ଥାନା ଅଧିକାରୀ ନିହାର ରଂଜନ ପ୍ରଧାନଙ୍କ ନେତୃତ୍ବରେ ପୁଲିସ୍ ଟିମ୍ ଟ୍ରକ୍ ନିକଟରେ ପହଞ୍ଚି ଛାନଭିନ୍ କରିବା ପରେ ଟ୍ରକ୍ ଭିତରେ ୪୫ଟି ଜରି ବ୍ୟାଗରେ ଗଞ୍ଜେଇ ପ୍ୟାକିଂ ହୋଇଥିବା ଜଣା ପଡିଥିଲା। ପୁଲିସ୍ ସଂପୃକ୍ତ ଟ୍ରକକୁ ରାୟଗଡ଼ା ଥାନା ନିକଟକୁ ଆଣି ମାଜିଷ୍ଟ୍ରେଟ୍ ଙ୍କ ଉପସ୍ଥିତିରେ ଗଞ୍ଜେଇର ଓଜନ କରିଥିଲା। ଓଜନ ସମୟରେ ୧୧୧୪ କେଜି ଗଞ୍ଜେଇ ଜବତ ହୋଇଥିଲା। ଟ୍ରକ୍ ଡ୍ରାଇଭର୍ ଅନୀଲ ଯାଦବ ଫେରାର୍ ହୋଇଯାଇଥିବାରୁ ମହାରାଷ୍ଟ୍ର ଅଞ୍ଚଳର ଏହି ଟ୍ରକ୍ ରାୟଗଡ଼ାକୁ କେଉଁ ସାମଗ୍ରୀ ନେଇ ଆସିଥିଲା ନା ଗଞ୍ଜେଇ ଚାଲାଣରେ ନିୟୋଜିତ ହୋଇଥିଲା ସେ ନେଇ ପୁଲିସ୍ ଖୋଳତାଡ଼ କରୁଛି।

The post କୋଟିଏ ଟଙ୍କାର ଗଞ୍ଜେଇ ସହ ଟ୍ରକ୍ ଜବତ, ଡ୍ରାଇଭର ଫେରାର୍  first appeared on Sambad.



from ରାଜ୍ୟ – Sambad https://ift.tt/2JMXNZr

Post a Comment

0 Comments