ଖୋର୍ଦ୍ଧା ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ପରିସରରେ ୧୮ଟି ହାତୀ, ଉଚ୍ଚକ୍ଷମତା ସଂପନ୍ନ ବିଦ୍ୟୁତ ତାର ଥିବାରୁ ଅଘଟଣ ଆଶଙ୍କା

ଖୋର୍ଦ୍ଧା: ମଙ୍ଗଳବାର ରାତିରେ ଖୋର୍ଦ୍ଧା ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ପରସରକୁ ୧୮ଟି ହାତୀ ପଶି ଆସିଥିଲେ। ରାତିରେ ହଠାତ ଡ଼ାକ୍ତରଖାନା ଭିତରକୁ ହାତୀ ଆସିବାରୁ ରୋଗୀ, କର୍ମଚାରୀ ଏବଂ ସ୍ଥାନୀୟ ଲୋକଙ୍କ ମଧ୍ୟରେ ଆତଙ୍କ ଖେଳିଯାଇଥିଲା। ୧୮ଟି ହାତୀ ମଧ୍ୟରୁ ୧୪ଟି ବଡ଼ ଓ ୪ଟି ଛୋଟ ହାତୀ ରହିଛନ୍ତି। ବର୍ତ୍ତମାନ ଲୋକ ଏବଂ ଗାଡ଼ି ଯାତାୟତ କରୁଥିବାରୁ ସନ୍ଧ୍ୟା ପରେ ହାତୀକୁ ଚନ୍ଦକାକୁ ନେବା ପାଇଁ ଅଭିଯାନ ଆରମ୍ଭ କରିବ ବନ ବିଭାଗ।

ସୂଚନା ଅନୁଯାୟୀ, ହାତୀମାନେ ଡାକ୍ତରଖାନାର ସୀମା କାନ୍ଥ ଭାଙ୍ଗି ଡାକ୍ତରଖାନା ପରିସରରେ ପ୍ରବେଶ କରିଥିଲେ। ଶେଷ ରିପୋର୍ଟ ଆସିବା ପର୍ଯ୍ୟନ୍ତ ହାତୀମାନେ ଖୋର୍ଦ୍ଧା ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ପରିସର ଭିତରେ ଅବସ୍ଥିତ କାଜୁ ବଗିଚା ଭିତରେ ଥିବା ଦେଖିବାକୁ ମିଳିଛି।

ସୂଚନା ପାଇବା ପରେ ଖୋର୍ଦ୍ଧା ବନ ବିଭାଗର ଅଧିକାରୀମାନେ ଘଟଣାସ୍ଥଳରେ ପହଞ୍ଚିଛନ୍ତି। ହସ୍ପିଟାଲ କ୍ୟାମ୍ପସ ନିକଟରେ ୧୩୨କେଭି ଇଲେକ୍ଟ୍ରିକ୍ ଲାଇନ୍ କ୍ରସିଂ ଥିବାରୁ ହାତୀମାନଙ୍କର ଗତିବିଧି ଉପରେ ନଜର ରଖିବା ପାଇଁ ସେସୁର ଅଧିକାରୀମାନେ ମଧ୍ୟ ପହଞ୍ଚିଛନ୍ତି। ହାତୀ ଖାଦ୍ୟ ସନ୍ଧାନରେ ନିକଟସ୍ଥ ଚନ୍ଦକା ଜଙ୍ଗଲରୁ ଡାକ୍ତରଖାନାକୁ ଆସିଥିବା କୁହାଯାଉଛି।

ଏହାପୂର୍ବରୁ ଅକ୍ଟୋବର ୪ରେ ଖୋର୍ଦ୍ଧା ଜିଲ୍ଲାର କାଇପାଦର ଜଙ୍ଗଲକୁ ଯାଉଥିବା ପ୍ରାୟ ୨୦-୨୫ ହାତୀରୁୁ ଦୁଇ ହାତୀ ଡାକ୍ତରଖାନାର ପାଚେରିର  ଏକ ଅଂଶ ଭାଙ୍ଗି ଖୋର୍ଦ୍ଧା ଜିଲ୍ଲା ମୁଖ୍ୟା ଚିକିତ୍ସାଳୟ ପରିସରରେ ପ୍ରବେଶ କରିଥିଲେ। ପରେ ବନବିଭାଗ ଘଟଣାସ୍ଥଳରେ ପହଞ୍ଚି ହାତୀଙ୍କୁ ଜଙ୍ଗଲକୁ ନେଇଥିଲା।

The post ଖୋର୍ଦ୍ଧା ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ପରିସରରେ ୧୮ଟି ହାତୀ, ଉଚ୍ଚକ୍ଷମତା ସଂପନ୍ନ ବିଦ୍ୟୁତ ତାର ଥିବାରୁ ଅଘଟଣ ଆଶଙ୍କା first appeared on Sambad.



from ରାଜ୍ୟ – Sambad https://ift.tt/375Ihj9

Post a Comment

0 Comments