ବିଧାନସଭା ଶୀତ ଅଧିବେଶନ ପାଇଁ ରଣନୀତି : ସବୁ ପ୍ରସଙ୍ଗରେ ଆଲୋଚନା ପାଇଁ ପ୍ରସ୍ତୁତ

ଭୁବନେଶ୍ୱର : ବିଧାନସଭା ଉପନିର୍ବାଚନରେ ବିଜେଡିକୁ ବହୁ ଭୋଟରେ ଲୋକ ଜିତାଇଛନ୍ତି। ବିଜେଡି ଉପରେ ସେମାନଙ୍କର ବିଶ୍ବାସ ରହିଛି। ଏଣୁ ବିଧାୟକମାନେ ସେମାନଙ୍କ ପାଇଁ କାମ କରନ୍ତୁ। ପ୍ରତିଦିନ ବିଧାୟକମାନେ ବିଧାନସଭା ଯାଆନ୍ତୁ ଓ ଉପସ୍ଥିତ ରହି ଆଲୋଚନାରେ ଭାଗ ନିଅନ୍ତୁ। ଆଜି ବିଜେଡି ବିଧାୟକ ଦଳ ବୈଠକରେ ବିଜେଡି ସଭାପତି ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏପରି ଆହ୍ବାନ ଦେଇଛନ୍ତି। ଏଥିସହିତ ସ୍ପଷ୍ଟ କରିଦେଇଛନ୍ତି ଯେ ବିରୋଧୀ ଦଳ ଯେଉଁ ପ୍ରସଙ୍ଗ ଉଠାଇବେ ତାହା ଉପରେ ଆଲୋଚନା କରିବାକୁ ସରକାର ପ୍ରସ୍ତୁତ ଅଛନ୍ତି। ଏଥିସହିତ ବିଧାନସଭା ଶୀତ ଅଧିବେଶନ ଲାଗି ଶାସକ ବିଜେଡି ତାର ରଣନୀତି ଚୂଡାନ୍ତ କରିଛି।

ଏହି ଅବସରରେ ଶ୍ରୀ ପଟ୍ଟନାୟକ ଉପନିର୍ବାଚନ ବିଜୟ ପାଇଁ ସମସ୍ତଙ୍କୁ ଧନ୍ୟବାଦ ଦେଇଥିଲେ। ଅନ୍ୟପକ୍ଷରେ ସଂସଦୀୟ ବ୍ୟାପାର ମନ୍ତ୍ରୀ ବିକ୍ରମ କେଶରୀ ଆରୁଖ କହିଛନ୍ତି ଯେ ସରକାରଙ୍କ ପକ୍ଷରୁ ଏହି ଅଧିବେଶନରେ ୧୦ଟି ବିଲ୍ ଉପସ୍ଥାପିତ ହେବ। ଏହା ଭିତରୁ ଫ୍ୟାକ୍ଟ୍ରିଜ୍ (ସଂଶୋଧନ) ବିଲ୍, ୨୦୨୦, ଚୁକ୍ତିଭିତ୍ତିକ ଶ୍ରମିକ ସଂକ୍ରାନ୍ତ ସଂଶୋଧନ ବିଲ୍, ୨୦୨୦ ଓ ଓଡ଼ିଶା କୃଷି ଉତ୍ପାଦ ବଜାର ବିଲ୍, ୨୦୨୦ ଭଳି ତିନିଟି ଅଧ୍ୟାଦେଶକୁ ଆଇନରେ ପରିଣତ କରିବା ସଂକ୍ରାନ୍ତ ବିଲ୍ ଅଣାଯିବ। ଏହାବାଦ୍ ଓଡ଼ିଶା ମାରିଟାଇମ୍ ବୋର୍ଡ, ଶିଳ୍ପ ଭିତ୍ତିଭୂମି ବିକାଶ ନିଗମ, ଲୋକାଲ୍ ଫଣ୍ଡ ଅଡିଟ୍ ସଂଶୋଧନ, ଓଡ଼ିଶା େଲାକାୟୁକ୍ତ ସେଂଶାଧନ, ଓଡ଼ିଶା ଅତ୍ୟାବଶ୍ୟକ ସେବା, ସୋସାଇଟି ରେଜିଷ୍ଟ୍ରେସନ୍, ଓଡ଼ିଶା ପବ୍ଲିକ୍ ଲାଇବ୍ରେରି ସଂକ୍ରାନ୍ତ ସଂଶୋଧନ ବିଲ୍ ବି ଗୃହକୁ ଆସିବ।

ଏଠାରେ ଉଲ୍ଲେଖଖାଉକି, କରୋନା ପରିପ୍ରେକ୍ଷୀରେ ସରକାରୀ ଉଚ୍ଚ ପଦାଧିକାରୀଙ୍କ ଭଳି ବିଧାୟକମାନଙ୍କ ଦରମା ୪୦ ପ୍ରତିଶତ ପର୍ଯ୍ୟନ୍ତ କଟାଯାଉଥିଲା। ସରକାର ଏହି କଟକଣାକୁ ଉଠାଇ ନେବାକୁ ବିଚାର କରୁଛନ୍ତି।

The post ବିଧାନସଭା ଶୀତ ଅଧିବେଶନ ପାଇଁ ରଣନୀତି : ସବୁ ପ୍ରସଙ୍ଗରେ ଆଲୋଚନା ପାଇଁ ପ୍ରସ୍ତୁତ first appeared on Sambad.



from ରାଜ୍ୟ – Sambad https://ift.tt/2IQ8Rok

Post a Comment

0 Comments