ହରେକୃଷ୍ଣ ମହତାବ ଜୟନ୍ତୀ : ଓଡ଼ିଆ ଜାତିର ଟେକ ରଖିଥିଲେ ମହତାବ

ପୁରୁଣା ଭୁବନେଶ୍ୱର : ରାଜ୍ୟସ୍ତରୀୟ ୧୨୧ତମ ଡ.ହରେକୃଷ୍ଣ ମହତାବ ଜୟନ୍ତୀ ପାଳିତ ହୋଇଯାଇଛି। ପୂର୍ବାହ୍ନରେ ଜୟନ୍ତୀ କମିଟି ପକ୍ଷରୁ ପିଏମ୍‌ଜି ଛକଠାରେ ଏକ ସଭା ହୋଇଥିଲା। ଆନ୍ଧ୍ର ପ୍ରଦେଶର ରାଜ୍ୟପାଳ ତଥା ଜୟନ୍ତୀ କମିଟି ସଭାପତି ବିଶ୍ବଭୂଷଣ ହରିଚନ୍ଦନ ଅନ୍‌ଲାଇନ୍‌ରେ ବକ୍ତବ୍ୟ ରଖି କହିଲେ, ଡ. ମହତାବ ଗଡ଼ଜାତ ରାଜ୍ୟ ମିଶ୍ରଣରେ ପ୍ରମୁଖ ଭୂମିକା ଗ୍ରହଣ କରିଥିଲେ। ତାଙ୍କ ଅବଦାନ ଅତୁଳନୀୟ। ବାଚସ୍ପତି ସୂର୍ଯ୍ୟନାରାୟଣ ପାତ୍ର ମୁଖ୍ୟ ଅତିଥି ଭାବେ ଯୋଗଦେଇ କହିଲେ, ସ୍ବାଧୀନତା ପରେ ଓଡ଼ିଶାର ବିକାଶ ପ୍ରକ୍ରିୟାକୁ ସେ ଠିକଣା ବାଗରେ ଆଗେଇ ନେଇଥିଲେ। କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ କହି‌ଲେ, ଡ.ମହତାବ ସଫଳ ବ୍ୟକ୍ତିତ୍ବ, ଅଗ୍ରଣୀ ନେତା ଓ ଉତ୍ତମ ବିଚାରଧାରାର ମଣିଷ ଥିଲେ।

ଜୟନ୍ତୀ କମିଟିର ସମ୍ପାଦକ ତଥା ବିଧାୟକ ସୁରେଶ କୁମାର ରାଉତରାୟଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଉତ୍ସବରେ ଉଚ୍ଚ ଶିକ୍ଷାମନ୍ତ୍ରୀ ଅରୁଣ ସାହୁ, ବରିଷ୍ଠ ସାମ୍ବଦିକ ପ୍ରସନ୍ନ ମହାନ୍ତି, ସାମଜସେବୀ ମନ୍ମଥ ରାଉତରାୟ ମହତାବଙ୍କ ସ୍ମୃତି ଚାରଣ କରିଥିଲେ। ଶ୍ରୀ ରାଉତରାୟ ଡ.ମହତାବଙ୍କୁ ମରଣୋତ୍ତର ଭାରତରତ୍ନ ସମ୍ମାନ ପାଇଁ କେନ୍ଦ୍ର ନିକଟରେ ଦାବି କରିବାକୁ ବାଚସ୍ପତିଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ। ଏହି ଅବସରରେ ‘ସମ୍ବାଦ’ର ସାମ୍ବାଦିକ ଦୁର୍ଗା ପ୍ରସାଦ ଷଡ଼ଙ୍ଗୀଙ୍କ ସମେତ ସାମ୍ବାଦିକ, ସମାଜସେବୀ, ଚିକିତ୍ସକଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା। ପାଇକମାନେ ସଭାସ୍ଥଳରେ କଳା କୌଶଳ ପ୍ରଦର୍ଶନ କରିଥିଲେ। ପରେ ଏକ ମୋଟର ସାଇକେଲ ଶୋଭାଯାତ୍ରା ଲୋୟର ପିଏମଜିରୁ ବାହାରି ପୁରୁଣା ଭୁବନେଶ୍ୱରସ୍ଥିତ ମହତାବଙ୍କ ବାସସ୍ଥାନ ଏକାମ୍ର ନିବାସ ପର୍ଯ୍ୟନ୍ତ ଯାଇଥିଲା। ସେଠାରେ ଆୟୋଜିତ ସଭାରେ ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ ମୁଖ୍ୟ ଅତିଥି ଭାବେ ଯୋଗଦେଇ କହିଲେ, ଡ. ମହତାବ ଜାତୀୟ ସ୍ତରରେ ଓଡ଼ିଆ ଜାତିର ଟେକ ରଖିଥିଲେ। ତାଙ୍କର ନେତୃତ୍ୱ ନିକଟରେ ସମସ୍ତେ ମଥାନତ କରୁଥିଲେ। ରାଜ୍ୟ ବିକାଶରେ ତାଙ୍କର ସ୍ୱପ୍ନ ଆଜି ବି ଅପୂରଣୀୟ।

ପୂର୍ବତନ ମନ୍ତ୍ରୀ ପ୍ରଫୁଲ୍ଲ ଚନ୍ଦ୍ର ଘଡ଼େଇ, ରାଜ୍ୟ ବିଜେପି ସଭାପତି ସମୀର ମହାନ୍ତି, ପୂର୍ବତନ ପିସିସି ସଭାପତି ପ୍ରସାଦ ହରିଚନ୍ଦନ, ଶିବାନନ୍ଦ ରାୟ, ସନ୍ତୋଷ ମହାନ୍ତି, ମନୋରଞ୍ଜନ ଦାଶ, ସନତ ମିଶ୍ର, ଦୁଃଶାସନ ସ୍ୱାଇଁ, ସଂଗ୍ରାମ ରାଉତରାୟ ପ୍ରମୁଖ ବକ୍ତବ୍ୟ ପ୍ରଦାନ କରିଥିଲେ। ପାଇକ କଳା ପ୍ରଦର୍ଶନ କରିଥିବା ଅନୁଷ୍ଠାନକୁ ସମ୍ବର୍ଦ୍ଧିତ କରାଯାଇଥିଲା। ଜୟକୃଷ୍ଣ ମଲିଆ, କପିଳ ପଣ୍ଡା, ବିଷ୍ଣୁପ୍ରସାଦ ମୁଦୁଲି, ଦିଲ୍ଲୀପ ମିଶ୍ର, ଚିନ୍ମୟ ମହାନ୍ତି, ପ୍ରକାଶ ମହାନ୍ତି, ପ୍ରକାଶ ଜେନା, ସୁଧାଂଶୁ ମୋହନ ପଟ୍ଟନାୟକ, ଅଭୟ ବଡ଼ଜେନା, ମାନସ ଆଚାର୍ଯ୍ୟ, ବିଜୟ ଦ୍ୱିବେଦୀ, ସଂକୁନା କହଁର, ରାମଚନ୍ଦ୍ର ପରିଡ଼ା, ହରିହର ମଲ୍ଲିଆ, ନୀଳମଣି ମିଶ୍ର, ସୁନୀଲ ରାଉତରାୟ, ରଣଜିତ ପାତ୍ର, ଶ୍ରୀବତ୍ସ ପତି, ଦୀପକ ମହାପାତ୍ର, ବାବୁନା ପଢିଆରୀ, ମନୋରଞ୍ଜନ ବଟୁ, ରମେଶ ମହାପାତ୍ର, ଗିରିଜା ମହାପାତ୍ର ପ୍ରମୁଖ ଉପସ୍ଥିତ ଥିଲେ।

The post ହରେକୃଷ୍ଣ ମହତାବ ଜୟନ୍ତୀ : ଓଡ଼ିଆ ଜାତିର ଟେକ ରଖିଥିଲେ ମହତାବ first appeared on Sambad.



from ରାଜ୍ୟ – Sambad https://ift.tt/35TiL1g

Post a Comment

0 Comments