
ଭୁବନେଶ୍ୱର : ବିଜୁ ଯୁବ ଓ ଛାତ୍ର ଜନତା ଦଳରେ ଆଉ କିଛି କର୍ମକର୍ତାଙ୍କୁ ନିଯୁକ୍ତି ଦିଆଯାଇଛି। ବିଜେଡି ସଭାପତି ନବୀନ ପଟ୍ଟନାୟକଙ୍କ ମୋହର ପରେ ଦଳର ସାଧାରଣ ସଂପାଦକ (ମିଡ଼ିଆ ବ୍ୟାପାର) ମାନସ ରଂଜନ ମଙ୍ଗରାଜ ଏ ସଂକ୍ରାନ୍ତରେ ଏକ ପ୍ରେସ ଇସ୍ତାହାର ଜାରି କରିଛନ୍ତି।
ବିଜୁ ଯୁବ ଜନତା ଦଳର କାର୍ଯ୍ୟକାରୀ ସଭାପତି ଭାବେ ଶୁଭେନ୍ଦୁ ମଙ୍ଗରାଜ ଏବେ କାର୍ଯ୍ୟ କରିବେ। ସେହିପରି ବାଲେଶ୍ବର ଜୋନ୍ ସଭାପତି ଭାବେ ଜୟରାମ ଦାସ, ସାଧାରଣ ସଂପାଦକ ଭାବେ ତ୍ରିଲୋଚନ ତରାଇ, ପ୍ରଦୀପ୍ତ ଭୂୟାଁ, ତାପସ ପାଣିଗ୍ରାହୀ, ସଂପାଦକ ଭାବେ ରଶ୍ମୀରଂଜନ ଦାସ ଓ ଯୁଗ୍ମ ସଂପାଦକ ଭାବେ ରାଜେଶ କୁମାର ଭୂୟାଁ କାର୍ଯ୍ୟ କରିବେ। ଏଥିସହିତ ବାଲେଶ୍ବର ଓ ଜଗତସିଂହପୁର ପାଇଁ ବିଜୁ ଯୁବ ଜନତା ଦଳର ସଭାପତି ନିଯୁକ୍ତି ଦିଆଯାଇଛି। ବାଲେଶ୍ବର ପାଇଁ ତାପସ କୁମାର ପରିଡା, ଜଗତସିଂହପୁର ପାଇଁ ସୌମ୍ୟଜିତ୍ ମହାପାତ୍ର ଅବସ୍ଥାପିତ ହୋଇଛନ୍ତି। ପୂର୍ବରୁ ଉପନିର୍ବାଚନ କାରଣରୁ ଏହି ନିଯୁକ୍ତି ଦିଆଯାଇନଥିଲା।
ଅନ୍ୟପକ୍ଷରେ ବିଜୁ ଛାତ୍ର ଜନତା ଦଳର ବାଲେଶ୍ବର ଜୋନ୍ ସଭାପତି ଭାବେ ଅବଦୁଲ୍ ହବିବ୍ଙ୍କୁ ନିଯୁକ୍ତି ଦିଆଯାଇଛି। ସେହିଭଳି ବାଲେଶ୍ବର ବିଜୁ ଛାତ୍ର ଜନତା ଦଳ ସଭାପତି ଭାବେ ସିମନ ଦାସ ମହାପାତ୍ର ଏବଂ ଜଗତସିଂହପୁର ବିଜୁ ଛାତ୍ର ଜନତା ଦଳ ସଭାପତି ଭାବେ ଇଂ ସସ୍ମିତ ଲେଙ୍କା କାର୍ଯ୍ୟ କରିେବ।
The post ଆଉ କିଛି ଯୁବ ଓ ଛାତ୍ର ନେତାଙ୍କୁ ବିଜେଡିର ନିଯୁକ୍ତି first appeared on Sambad.
from ରାଜ୍ୟ – Sambad https://ift.tt/3kWBXQ8
0 Comments