
ଲମତାପୁଟ: ପୁଣି ଚୋରା ଚାଲାଣ ବେଳେ ବିପୁଳ ପରିମାଣର ଗଞ୍ଜେଇ ଜବତ ହୋଇଥିବାର ଖବର ମିଳିଛି। ଜବତ ଗଞ୍ଜେଇର ମୂଲ୍ୟ ପ୍ରାୟ ୭୦ ଲକ୍ଷ ଟଙ୍କା ହେବ ବୋଲି ଜଣାଯାଇଛି। କୋରାପୁଟ ଜିଲ୍ଲାର ମାଛକୁଣ୍ଡ ଥାନା ପୁଲିସ୍ ଏହି ଗଞ୍ଜେଇ ଜବତ କରିଥିବାର ସୂଚନା ମିଳିଛି। ତେବେ ଗାଡ଼ିରେ ଥିବା ଦୁଇ ଚୋରା ଚାଲାଣକାରୀ ଘଟଣାସ୍ଥଳରୁ ଫେରାର ହେବାରେ ସଫଳ ହୋଇଛନ୍ତି।
ମିଳିଥିବା ସୂଚନା ଅନୁଯାୟୀ, ମାଛକୁଣ୍ଡ ଥାନା ଅନ୍ତର୍ଗତ ଭେଡ଼ିବେଡ଼ା ନିକଟରେ ଏକ ପିକ୍ଅପ୍ ଭ୍ୟାନ୍ ଯୋଗେ ଗଞ୍ଜେଇ ଚୋରା ଚାଲାଣ ହେଉଥିବାର ଖବର ପାଇ ପୁଲିସ ଅଟକାଇଥିଲା। ସେହି ପିକ୍ଅପ୍ ଭ୍ୟାନର ନମ୍ବର ପ୍ଲେଟ୍ ନ ଥିଲା। ଏହାପରେ ସେହି ଗାଡ଼ିରୁ ୭ କ୍ବିଣ୍ଟାଲ୍ ୧୨ କିଲୋଗ୍ରାମ୍ ୭୦୦ ଗ୍ରାମ୍ ଓଜନର ଗଞ୍ଜେଇ ଜବତ କରିଥିଲା ପୁଲିସ୍। ପିକ୍ଅପ୍ ଭ୍ୟାନକୁ ପୁଲିସ୍ ଜବତ କରିଛି। ଗତ ରାତିରେ ଆନ୍ଧ୍ରରୁ ମାଛକୁଣ୍ଡ ଦେଇ ଉକ୍ତ ଗଞ୍ଜେଇ ଛତିଶଗଡ଼କୁ ଚାଲାଣ ହେଉଥିଲା। ଗାଡ଼ିରେ ଥିବା ଚାଳକଙ୍କ ସମେତ ଦୁଇ ଚୋରାଚାଲାଣକାରୀ ଘଟଣାସ୍ଥଳରୁ ଫେରାର ହୋଇଯାଇଥିଲେ।
The post ଚୋରା ଚାଲାଣ ବେଳେ ୭୦ ଲକ୍ଷ ଟଙ୍କାର ଗଞ୍ଜେଇ ଜବତ, ଚାଳକ ସମେତ ୨ ଅଭିଯୁକ୍ତ ଫେରାର first appeared on Sambad.
from ରାଜ୍ୟ – Sambad https://ift.tt/3dCiQZr
0 Comments