କରୋନାରେ ପୀଡ଼ିତ ଗୁରୁତର ଅସୁସ୍ଥଙ୍କୁ ଏୟାର ଆମ୍ବୁଲାନ୍ସ ଯୋଗେ ଚେନ୍ନାଇ ନିଆଗଲା

ଭୁବନେଶ୍ବର: ରାଜଧାନୀ ଭୁବନେଶ୍ବରର ଗୁରୁତର ଅସୁସ୍ଥ ଜନୈକ ହୋଟେଲ ମାଲିକ କରୋନାରେ ପୀଡ଼ିତ ଥିଲେ। ହସ୍ପିଟାଲରେ ୧୦ ଦିନ ଚିକିତ୍ସିତ ହେବା ପରେ ମଧ୍ୟ ତାଙ୍କ ସ୍ଵାସ୍ଥ୍ୟାବସ୍ଥାରେ ସୁଧାର ଆସି ନଥିଲା। ତାଙ୍କର ଅନ୍ୟାନ୍ୟ ରୋଗ ଥିବା କାରଣରୁ କ୍ରମେ ସେ ଗୁରୁତର ହୋଇପଡ଼ିଥିଲେ ଏବଂ କୋମାକୁ ଚାଲିଯାଇଥିଲେ। ତାଙ୍କୁ ଚିକିତ୍ସା ଲାଗି ଏୟାର ଆମ୍ଵୁଲାନ୍ସ ଯୋଗେ ଚେନ୍ନାଇ ନିଆଯାଇଥିବାର ସୂଚନା ମିଳିଛି।

କମିସନରେଟ୍ ପୁଲିସ୍ ଦ୍ବାରା ପ୍ରସ୍ତୁତ ଗ୍ରୀନ୍ କରିଡର ଯୋଗେ ମାତ୍ର ୯ ମିନିଟ ମଧ୍ୟରେ  ଆପୋଲୋ ହସ୍ପିଟାଲରୁ ଭୁବନେଶ୍ୱର ବିମାନବନ୍ଦରକୁ ଉକ୍ତ ହୋଟେଲ ମାଲିକଙ୍କୁ ପହଞ୍ଚା ଯାଇଥିଲା। ଏହି ସମୟରେ ରାସ୍ତାର ମଝିରେ ଆମ୍ବୁଲାନ୍ସ ଯାଇଥିଲା ଓ ଉଭୟ ପାର୍ଶ୍ୱରେ ଗାଡ଼ି ଠିଆ ହୋଇ ରହିଥିଲା।

ଏକାଧିକ ଗୁରୁତ୍ବପୂର୍ଣ୍ଣ ଅଙ୍ଗ ଅଚଳ ହୋଇଥିବାରୁ ଲାଇଭ ସପୋର୍ଟ ସିଷ୍ଟମରେ ତାଙ୍କୁ ଚେନ୍ନାଇ ନିଆଯାଇଛି। ଏହି ସମୟରେ ଏମରଜେନ୍ସି ପାଇଁ ଗ୍ରିନ କରିଡର୍ ବ୍ୟବସ୍ଥା କରାଯାଇଥିଲା। ଟ୍ରାଫିକ ଏଡିସିପିଙ୍କ ନେତୃତ୍ୱରେ ତାଙ୍କୁ ନିଆଯାଇଥିବାର ସୂଚନା ମିଳିଛି।

The post କରୋନାରେ ପୀଡ଼ିତ ଗୁରୁତର ଅସୁସ୍ଥଙ୍କୁ ଏୟାର ଆମ୍ବୁଲାନ୍ସ ଯୋଗେ ଚେନ୍ନାଇ ନିଆଗଲା first appeared on Sambad.



from ରାଜ୍ୟ – Sambad https://ift.tt/3lW3jXf

Post a Comment

0 Comments