ଧର୍ମଗଡ଼: ପ୍ରେମଜନିତ ସଂପର୍କରୁ ଯୁବକଙ୍କୁ ନିର୍ମମ ହତ୍ୟା!

ଧର୍ମଗଡ଼: କଳାହାଣ୍ଡି ଜିଲ୍ଲାର ଗୋଲାମୁଣ୍ଡା ଥାନା ଅନ୍ତର୍ଗତ ଗଏନ୍ଦିମୁଣ୍ଡା ଗାଁରେ ଜଣେ ଯୁବକଙ୍କୁ ନିର୍ମମ ହତ୍ୟା କରାଯାଇଥିବାର ଖବର ମିଳିଛି। ପ୍ରେମଜନିତ ସଂପର୍କରୁ ତାଙ୍କୁ ହତ୍ୟା କରାଯାଇଥିବା ମୃତକଙ୍କ ପରିବାର ଲୋକେ ଅଭିଯୋଗ ଆଣିଛନ୍ତି।

ପ୍ରାପ୍ତ ସୂଚନା ଅନୁଯାୟୀ, ଗତକାଲି ଖଲିଆକାନୀ ଗାଁର ଦିଲୀପ ମେହେର ନିଜର ଜଣେ ସାଙ୍ଗଙ୍କ ସହ ଗଏନ୍ଦିମୁଣ୍ଡା ଯାଇଥିଲେ। ସେଠାରେ କିଛିଲୋକ ସେମାନଙ୍କୁ ଘେରାଉ କରିଥିଲେ। ଘଟଣାସ୍ଥଳରେ ଉତ୍ତେଜନା ହେବାରୁ ତାଙ୍କ ସାଙ୍ଗ ସେଠାରୁ ଖସି ପଳାଇ ଯାଇଥିଲେ ଓ ପରିବାର ଲୋକଙ୍କୁ ଘଟଣା ସଂପର୍କରେ ସୂଚନା ଦେଇଥିଲେ।

ପରିବାର ଲୋକେ ଦିଲୀପଙ୍କୁ ଖୋଜାଖୋଜି କରିବା ବେଳେ ଗାଁ ମୁଣ୍ଡରେ ତାଙ୍କ ରକ୍ତ ଜୁଡୁବୁଡୁ ଶବ ପଡ଼ିଥିବା ଦେଖି ଗୋଲାମୁଣ୍ଡା ଥାନା ପୁଲିସକୁ ଖବର ଦେଇଥିଲେ। ଏହା ଏକ ହତ୍ୟାକାଣ୍ଡ ଵୋଲି ପରିବାର ଲୋକେ ଗୋଲାମୁଣ୍ଡା ଥାନାରେ ଅଭିଯୋଗ କରିବା ପରେ ପୁଲିସ ଘଟଣାର ତଦନ୍ତ ଆରମ୍ଭ କରିଛି। ଏହି ଘଟଣା ଜିଲ୍ଲାରେ ଚର୍ଚ୍ଚାର ବିଷୟ ହୋଇଛି।

The post ଧର୍ମଗଡ଼: ପ୍ରେମଜନିତ ସଂପର୍କରୁ ଯୁବକଙ୍କୁ ନିର୍ମମ ହତ୍ୟା! first appeared on Sambad.



from ରାଜ୍ୟ – Sambad https://ift.tt/2TscRx1

Post a Comment

0 Comments