
ମାଲକାନଗିରି: ଆଜି ସକାଳୁ ଆନ୍ଧ୍ର-ଓଡ଼ିଶା ସୀମାରେ ପୁଲିସ-ନକ୍ସଲ ଗୁଳି ବିନିମୟ ଜାରି ରହିଥିବାର ଖବର ମିଳିଛି। ମାତ୍ର ଏଥିରେ କେହି ମୃତାହତ ହୋଇନଥିବା କୁହାଯାଉଛି।
ମାଲକାନଗିରି ଜିଲ୍ଲାର ସ୍ବାଭିମାନ ଅଞ୍ଚଳର ଜୁମଡାଙ୍ଗରେ ନକ୍ସଲଙ୍କ ଗତିବିଧି ଥିବା ସଂପର୍କରେ ଜଣାପଡ଼ିବା ପରେ ଗତକାଲି ରାତିରେ ପୁଲିସ ଓ ଯବାନମାନେ ଉକ୍ତ ଅଞ୍ଚଳରେ ସର୍ଚ ଅପରେସନ୍ କରିଥିଲେ। ଏ ସମ୍ପର୍କରେ ନକ୍ସଲମାନେ ଜାଣିପାରି ସେଠାରେ ଲାଣ୍ଡମାଇନ୍ ବିସ୍ଫୋରଣ କରିଥିଲେ। ଏହାର ପାଲଟା ଜବାବ ଦେବାକୁ ଯାଇ ପୁଲିସ ପକ୍ଷରୁ ଗୁଳି ଚାଳନା କରାଯାଇଥିଲା।
ଏବେ ବି ସେହି ଅଞ୍ଚଳରେ ଗୁଳି ବିନିମୟ ଚାଲିଥିବା ଜଣାପଡ଼ିଛି। ତେବେ ଏହି ଘଟଣା ସଂପର୍କରେ ପୁଲିସ୍ ପ୍ରଶାସନ ପକ୍ଷରୁ କୌଣସି ସୂଚନା ଦିଆଯାଇନାହିଁ।
ସୂଚନାଯୋଗ୍ୟ, ମାଲକାନଗିରି ଜିଲ୍ଲାର ଚିତ୍ରକୋଣ୍ଡା ବ୍ଲକ ଅନ୍ତର୍ଗତ ସ୍ବାଭିମାନ ଅଂଚଳରେ ନକ୍ସଲ ଗତିବିଧି ବଢିବାରେ ଲାଗିଛି। ସମାନ୍ତରାଳ ଭାବେ ପୁଲିସ ମଧ୍ୟ ନକ୍ସଲଙ୍କୁ ସ୍ବାଭିମାନ ଅଂଚଳରୁ ତଡିବା ପାଇଁ କମ୍ବିଂ ଜୋରଦାର କରୁଛି। ଗତକାଲି ବିଶେଷ ସୂତ୍ରରୁ ଖବର ପାଇ ପୁଲିସ ଏସଓଜି ଏବଂ ବିଏସଏଫ( ବାଟାଲିୟନ୍-୯)ର ଯବାନ ମିଳିତ ଭାବେ ଚଢଉ କରିଥିଲେ। ଯବାନମାନେ ଯଡାମ୍ବ ଥାନା ଅନ୍ତର୍ଗତ ମୁକୁଡିପାଲୀ, ଗୋରାସେତୁ,ବେଜିଂ,ଜମ୍ପଲୁରୁ, ପାରଲୁବନ୍ଧ ଗ୍ରାମ ନିକଟସ୍ଥ ଜଂଗଲରେ ସର୍ଚ୍ଚ ଅପରେସନ କରୁଥିବା ବେଳେ ମାଓବାଦୀ ଲୁଚାଇ ରଖିଥିବା ବିସ୍ଫୋରକଗୁଡିକ ଜବତ କରିଥିଲେ।
The post ଆନ୍ଧ୍ର-ଓଡ଼ିଶା ସୀମାରେ ପୁଲିସ-ନକ୍ସଲ ଗୁଳି ବିନିମୟ ଜାରି first appeared on Sambad.
from ରାଜ୍ୟ – Sambad https://ift.tt/3kARTYP
0 Comments