
ଭଦ୍ରକ: ଭଦ୍ରକ ଜିଲ୍ଲାରେ ବେଆଇନ୍ ଗୋଚାଲାଣ ବନ୍ଦ ହେଉ ନାହିଁ। ଆଜି ପୁଣି ଏକ ଅଭାବନୀୟ ଘଟଣା ନଜରକୁ ଆସିଛି। ମିଳିଥିବା ସୂଚନା ଅନୁଯାୟୀ, ଭଦ୍ରକ ଗ୍ରାମାଞ୍ଚଳ ଥାନା ଅନ୍ତର୍ଗତ ୧୬ ନମ୍ୱର୍ ଜାତୀୟ ରାଜପଥର ତିସଲପୁର ଛକ ନିକଟରେ ଏକ ଚୋରା ଗୋରୁ ବୋଝେଇ ପିକ୍ ଅପ ଭ୍ୟାନ୍ ରାସ୍ତା କଡ଼ରେ ଓଲଟି ପଡିବାରୁ ୪ଗୋରୁ ଗୁରୁତର ହୋଇଥିଲେ। ଏହି ଘଟଣା ବିଳମ୍ବିତ ରାତିରେ ଘଟିଥିଲା।
ଏହି ଅଘଟଣ ଘଟିବା ପରେ ଘଟଣାସ୍ଥଳରୁ ଡ୍ରାଇଭର୍ ଫେରାର୍ ହୋଇଯାଇଥିବା କୁହାଯାଉଛି। ଚୋରା ଗୋରୁ ବୋଝେଇ ପିକ୍ ଅପ ଭ୍ୟାନକୁ ଏସକଟ୍ କରୁଥିବା ଅନ୍ୟ ଗାଡ଼ିରେ ଥିବା ଲୋକେ ଅବଶିଷ୍ଟ ଗୋରୁଙ୍କୁ ନେଇ ପଳାଇବାକୁ ଅପଚେଷ୍ଟା କରି ବିଫଳ ହୋଇଥିବା ଜଣାଯାଇଛି। ଲୋକେ ପହଞ୍ଚିବାରୁ ସେମାନେ ଉକ୍ତ ଗାଡ଼ିଟି ଛାଡ଼ି ପଳାଇଥିଲେ। ଗାଡ଼ିଟି ଭଦ୍ରକରୁ ପଶ୍ଚିମବଙ୍ଗ ଯାଉଥିବା କୁହାଯାଉଛି। ଭଦ୍ରକ ଗ୍ରାମାଞ୍ଚଳ ଥାନା ଖବର ପାଇ ଉକ୍ତ ଚୋରା ଗୋରୁ ବୋଝେଇ ପିକ୍ ଅପ ଭ୍ୟାନକୁ ଜବତ କରି ଥାନାରେ ଆଣି ରଖିଛି।
ସୂଚନାଯୋଗ୍ୟ, ପ୍ରତିଦିନ ୫ରୁ ୧୦ଟି ଚୋରା ଗୋରୁ ବୋଝେଇ ପିକ୍ ଅପ ଭ୍ୟାନ୍ କଟକ, ଯାଜପୁର, କେନ୍ଦ୍ରାପଡ଼ା ଓ ନୟାଗଡ଼ର ବୋଲଗଡ଼ ଅଞ୍ଚଳରୁ ଭଦ୍ରକ ଦେଇ ଯାଉଥିବା ଜଣାଯାଇଛି। ହେଲେ ପୁଲିସର ନିଷ୍କ୍ରିୟତା ହେତୁ ଚୋରା ଗୋରୁ ଚାଲାଣ ଏହି ବାଟ ଦେଇ ସହଜରେ ହୋଇପାରୁଥିବା କୁହାଯାଉଛି।
from ରାଜ୍ୟ – Sambad https://ift.tt/3npAuEi
0 Comments