ସ୍ବାଭିମାନ ଅଞ୍ଚଳରେ ଲାଗିଲା ମାଓବିରୋଧୀ ପୋଷ୍ଟର୍

ମାଲକାନଗିରି: ଆଜି ସକାଳେ ସ୍ବାଭିମାନ ଅଞ୍ଚଳର ବିଭିନ୍ନ ସ୍ଥାନରେ ମାଓବିରୋଧୀ ପୋଷ୍ଟର୍ ଦେଖିବାକୁ ମିଳିଛି। ବିଚ୍ଛିନ୍ନାଞ୍ଚଳ ଉନ୍ନୟନ ସମିତି ପକ୍ଷରୁ ମାଓବିରୋଧୀ ପୋଷ୍ଟର୍ ଲଗାଯାଇଥିବା ଜଣାଯାଇଛି। ପୁଲିସ ଇନଫର୍ମର୍ ସନ୍ଦେହରେ ସାଧାରଣ ଲୋକଙ୍କୁ ମାଓବାଦୀମାନେ ହତ୍ୟା କରିବା ସହ ନିର୍ଯାତନା ଦେଉଥିବା ଏଥିରେ ଲେଖା ଅଛି। ୨୦୨୦ରେ ଏଯାବତ୍ ୪ଜଣ ସାଧାରଣ ଲୋକଙ୍କୁ ମାଓବାଦୀମାନେ ହତ୍ୟା କରିଛନ୍ତି। ଏମାନେ ହେଲେ ସାଧୁ ପାଙ୍ଗି, ମଲେଶ ମୁଦୁଲି, ଦୀନବନ୍ଧୁ ସରକାର ଏବଂ ଦାସ ଖେମୁଡୁ।

ସୂଚନାଯୋଗ୍ୟ, ଗତ ୨୦ ତାରିଖ ଦିନ ମାଲକାନଗିରି ଜିଲ୍ଲା ଚିତ୍ରକୋଣ୍ଡା ସ୍ବାଭିମାନ ଅଞ୍ଚଳରେ ଜଣକୁ ହତ୍ୟା କରିଥିଲେ। ଜିଲ୍ଲାର ଯୋଡ଼ାମ୍ଭ ଥାନା ଅନ୍ତର୍ଗତ ଖଜୁରୀଗୁଡା ଗ୍ରାମକୁ ରାତି ପ୍ରାୟ ସାଢେ ୯ଟା ସମୟରେ ପ୍ରାୟ ୩୦ରୁ ଅଧିକ ମାଓବାଦୀ ଆସି ଗ୍ରାମର ଦାସ ଖେମୁଡୁ, ସନା ହାନ୍ତାଳ,ଓ ସମରୁ ଖିଲଙ୍କୁ ପୁଲିସ ଇନଫର୍ମର ବୋଲି କହି ନିର୍ଧୁମ ମାଡ଼ ମାରିଥିଲେ। ଶେଷରେ ଦାସ ଖେମୁଡୁଙ୍କ ଗଳା କାଟି ହତ୍ୟା କରି ଚାଲି ଯାଇଥିଲେ ଲାଲବାହିନୀ ।

The post ସ୍ବାଭିମାନ ଅଞ୍ଚଳରେ ଲାଗିଲା ମାଓବିରୋଧୀ ପୋଷ୍ଟର୍ first appeared on Sambad.



from ରାଜ୍ୟ – Sambad https://ift.tt/3mjCwV5

Post a Comment

0 Comments