
ବଲାଙ୍ଗୀର: କରୋନାକାଳରେ ଲଗାତାର ଲୁଟ୍ । ବନ୍ଧୁକ ଦେଖାଇ କାହାଠୁ ସୁନା ତ କାହାଠୁ ଟଙ୍କା । ଡର ଭୟ ନାହିଁ। ବାଇକରେ ଆସି ଦୋକାନମାନଙ୍କୁ ପଶି ଚଲାଇଥିଲେ ଆତଙ୍କ। ଏହାସହ ମାରପିଟ ଗୁଣ୍ଡାଗର୍ଦ୍ଦି ମାମଲା ବି ସହରରେ ବଢିଥିଲା। ଏହାକୁ ଦୃଷ୍ଟିରେ ରଖି ବଲାଙ୍ଗୀର ଏସପି ଏକ ସ୍ୱତନ୍ତ୍ର ଟିମ୍ ଗଠନ କରିଥିଲେ।
ଅପରାଧୀଙ୍କୁ ସାବାଡ଼ କରିବାକୁ ପୁଲିସ ଆରମ୍ଭ କରିଥିଲା ଅପରେସନ୍ କ୍ଲିନ କ୍ରମିନାଲ୍ । ଗୋଟିଏ ପରେ ଗୋଟିଏ ମାମଲାରେ ସଂପୃକ୍ତ ଅପରାଧୀଙ୍କୁ ପୁଲିସ ଏବେ ଗିରଫ କରିବା ସହ କୋର୍ଟ ଚାଲାଣ କରିବାରେ ଲାଗିଛି । ପଶ୍ଚିମ ଓଡ଼ିଶାରେ ଅନେକ ଲୁଟ ମାମଲାରେ ସାମିଲ ଥିବା ଦୁର୍ଦ୍ଦାନ୍ତ ଡକାୟତ ବଣ୍ଟି ସୁନାକୁ ପୁଲିସ୍ ଗିରଫ କରିବାରେ ସଫଳ ହୋଇଛି । ବଲାଙ୍ଗୀରର ଦୁଇଟି ଡକାୟତି ମାମଲାରେ ମାଷ୍ଟରମାଇଣ୍ଡ ଥିବା ବଣ୍ଟିକୁ ପୁଲିସ ଗିରଫ କରିବା ସହ ଆଉ ୩ ଜଣଙ୍କୁ ମଧ୍ୟ ଗିରଫ କରିଛି। ଏହି ଘଟଣା ଜିଲ୍ଲାରେ ଚର୍ଚ୍ଚାର ବିଷୟ ହୋଇଛି।
The post ବଲାଙ୍ଗୀର: ଦୁର୍ଦ୍ଦାନ୍ତ ଡକାୟତ ବଣ୍ଟି ସୁନା ଗିରଫ first appeared on Sambad.
from ରାଜ୍ୟ – Sambad https://ift.tt/37BHLeM
0 Comments