
ବରଗଡ଼ : ରାଜ୍ୟସଭା ସାଂସଦ ପ୍ରସନ୍ନ ଆଚାର୍ଯ୍ୟ କରୋନାରେ ଆକ୍ରାନ୍ତ ହୋଇଛନ୍ତି। ତାଙ୍କୁ ଶୁକ୍ରବାର ବିଳମ୍ବିତ ସଂଧ୍ୟାରେ ବିକାଶ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ଶ୍ରୀ ଆଚାର୍ଯ୍ୟ ବୁଧବାର ଦିଲ୍ଲୀରୁ ଭୁବନେଶ୍ବର ପ୍ରତ୍ୟାବର୍ତ୍ତନ କରିଥିଲେ। ଏହା ପରେ ସେ ଭୁବନେଶ୍ବରରୁ ବରଗଡ଼ ଫେରିଥିଲେ। ବାଟରେ ତାଙ୍କୁ ସାମାନ୍ୟ ଜ୍ବର ହୋଇଥିଲା। ଶୁକ୍ରବାର ସଂଧ୍ୟାରେ ତାଙ୍କର ଆର୍ଟିପିସିଆର୍ ଟେଷ୍ଟ କରାଯାଇଥିଲା। ଯାହା ପଜିଟିଭ୍ ବାହାରିଥିଲା। ଏହା ପରେ ସାଂସଦ ଶ୍ରୀ ଆଚାର୍ଯ୍ୟଙ୍କୁ ବିକାଶ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ତେବେ ସେ ସଂପୂର୍ଣ୍ଣ ସୁସ୍ଥ ଥିବା ପରିବାରବର୍ଗଙ୍କ ସୂତ୍ରରୁ ପ୍ରକାଶ।
The post ସାଂସଦ ପ୍ରସନ୍ନ ଆଚାର୍ଯ୍ୟଙ୍କୁ କରୋନା first appeared on Sambad.
from ରାଜ୍ୟ – Sambad https://ift.tt/3iZTbeo
0 Comments