
କଟକ : ଶ୍ରୀରାମଚନ୍ଦ୍ର ଭଞ୍ଜ ଭେଷଜ ମହାବିଦ୍ୟାଳୟ ଓ ଚିକିତ୍ସାଳୟ ପାଇଁ ନିର୍ମାଣ ହେଉଛି ଏକ ଅତ୍ୟାଧୁନିକ ୱେବ ପୋର୍ଟାଲ। ଏହି ପୋର୍ଟାଲ ଜରିଆରେ ଜନସାଧାରଣଙ୍କୁ ହସ୍ପିଟାଲର ସବିଶେଷ ତଥ୍ୟ ସହଜରେ ମିଳି ପାରିବ। ଆବଶ୍ୟକତା ଅନୁଯାୟୀ ବିଭାଗୀୟ ସେବା ତଥା ଡାକ୍ତରଙ୍କ ସବିଶେଷ ତଥ୍ୟ, ପାଠ୍ୟକ୍ରମ, ଇତିହାସ, ତଥା ସମସ୍ତ ତଥ୍ୟ ମାତ୍ର ଗୋଟିଏ କ୍ଳିକ୍ରେ ମିଳି ପାରିବ। ସେହିପରି ପ୍ରତି ବିଭାଗର ନିଜସ୍ୱ ଗୋଟିଏ ଲେଖାଏ ଇ-ମେଲ ଠିକଣା ମଧ୍ୟ ରଖା ଯିବ। ଯାହା ଅନ୍ତଃ ବିଭାଗ ତଥ୍ୟ ବିନିମୟ ନିମନ୍ତେ ବ୍ୟବହାର କରାଯିବ।
ସେହିପରି ଡାକ୍ତର ଓ କର୍ମଚାରୀମାନେ ମଧ୍ୟ ଆଉ ବ୍ୟକ୍ତିଗତ ଇମେଲ୍ ବ୍ୟବହାର କରିବେ ନାହିଁ। ସମସ୍ତେ ଏସ୍ସିବିର ଡୋମେନ ଥିବା ଇମେଲ ଆଇଡିକୁ ଅଫିସିଆଲ କାର୍ଯ୍ୟରେ ବ୍ୟବହାର କରିବେ। ସବୁଠାରୁ ଗୁରୁତ୍ୱପୁର୍ଣ୍ଣ ବିଷୟ ହେଲା ଯେ ଆଗକୁ ଅଧିକାଂଶ କାମ ଇ-ଫର୍ମାଟରେ ହିଁ କରାଯିବ। ଏହି ଅତ୍ୟାଧୁନିକ ୱେବ୍ ପୋର୍ଟାଲ ଦୀପାବଳିରେ ଲୋକାର୍ପିତ ହେବାର ଯୋଜନା ରହିଛି। ଏହି ପୋର୍ଟାଲ ପାଇଁ ଡିନ ପ୍ରଫେସର ଡାକ୍ତର ଦତ୍ତେଶ୍ୱର ହୋତା ଅଧ୍ୟକ୍ଷ ରହିଥିବା ବେଳେ ପ୍ରଫେସର ଡାକ୍ତର ରବୀନ୍ଦ୍ର ଜେନା ଉପାଧ୍ୟକ୍ଷ, ପ୍ରଫେସର ଡାକ୍ତର ଜୟନ୍ତ ପଣ୍ଡା ନୋଡାଲ ଅଫିସର ରହିଛନ୍ତି।
The post ଏସ୍ସିବି ପାଇଁ ଅତ୍ୟାଧୁନିକ ୱେବ ପୋର୍ଟାଲ, ଦୀପାବଳିରେ ହେବ ଲୋକାର୍ପଣ; ରହିବ ଇତିହାସ ଓ ସୂଚନା first appeared on Sambad.
from ରାଜ୍ୟ – Sambad https://ift.tt/3mFGVSn
0 Comments