କୋଭିଡ୍ ନିୟମ ଉଲ୍ଲଂଘନ ଅଭିଯୋଗରେ ରାଜଧାନୀରେ ବାର୍ ସିଲ୍

ଭୁବନେଶ୍ବର: ରାଜଧାନୀ ଭୁବନେଶ୍ବରରେ କୋଭିଡ୍ ନିୟମ ଉଲ୍ଲଂଘନ ଅଭିଯୋଗରେ ଏକ ବାର୍ ସିଲ୍ ହୋଇଥିବାର ଖବର ମିଳିଛି। ମିଳିଥିବା ସୂଚନା ଅନୁଯାୟୀ, ଇନଫୋସିଟି ଅଞ୍ଚଳରେ ଥିବା ଇକୋ ବାରକୁ ଚଢାଉ କରି ସିଲ୍ କରାଯାଇଛି ।

ଏହି ବାରରେ ଏକ ଜନ୍ମଦିନ ପାର୍ଟି ଚାଲିଥିଲା। ତେବେ ଏଥିରେ କେହି କରୋନା କଟକଣାକୁ ପାଳନ କରୁ ନ ଥିବା ଅଭିଯୋଗ ଆସିବା ମାତ୍ରେ ଚଢାଉ କରିଥିଲା ପୁଲିସ୍। ଚଢାଉ ପରେ ବାରଟିକୁ ସିଲ୍ କରାଯାଇଥିବା କୁହାଯାଇଛି।

The post କୋଭିଡ୍ ନିୟମ ଉଲ୍ଲଂଘନ ଅଭିଯୋଗରେ ରାଜଧାନୀରେ ବାର୍ ସିଲ୍ first appeared on Sambad.



from ରାଜ୍ୟ – Sambad https://ift.tt/2H4nJ1P

Post a Comment

0 Comments