ସାତକୋଶିଆ ଅଭୟାରଣ୍ୟରୁ ଜନ୍ତୁ ଶିକାର: ୪ ଗିରଫ, ଚାରି ଫେରାର

ପାଇକସାହି: ଅନୁଗୁଳ ଜିଲ୍ଲାର ଆଠମଲିକ ବନଖଣ୍ଡ ଅନ୍ତର୍ଗତ ଧଣ୍ଡାତୋପା ରେଞ୍ଜ ଜଙ୍ଗଲରେ ବାରହା ମାଂସ କାଟୁଥିବା ବେଳେ ବନ ବିଭାଗ ରବିବାର ରାତିରେ ଚଢ଼ଉ କରି ଚାରି ଶିକାରୀଙ୍କୁ ଗିରଫ କରିଛି। ଗିରଫ ଅଭିଯୁକ୍ତମାନେ ହେଲେ ଠାକୁରଗଡ଼ ଥାନା ରଇଡ଼ା ଗାଁର ନାରାୟଣ ଭୋଇ, ଦୈତାରୀ ଭୋଇ, ବିଦ୍ୟାଧର ଭୋଇ ଏବଂ ବରହମ ଗାଁର ଭିକାରୀ ଭୋଇ। ସେମାନଙ୍କଠାରୁ କୋଡ଼ିଏ କେଜି ବାରହା ମାଂସ, ଚମଡା, ଦୁଇଟି ଦେଶୀ ବନ୍ଧୁକ ଏବଂ ଗୋଟିଏ ଟାଙ୍ଗିଆ ଜବତ ହୋଇଛି।

ବନ ବିଭାଗର ସୂଚନର ମୁତାବକ, ଏମାନେ ସାତକୋଶିଆ ଅଭୟାରଣ୍ୟରୁ ଜଙ୍ଗଲୀ ବାରହାକୁ ଦେଶୀ ବନ୍ଧୁକରେ ଶିକାର କରି ଆଠମଲ୍ଲିକ ବନଖଣ୍ଡ ହାତୀ ଧାରା ଜଙ୍ଗଲକୁ ଆଣିଥିଲେ। ସେଠାରେ ମାଂସ କାଟି ଭାଗ ପରସ୍ପର ମଧ୍ୟରେ ଭାଗ ବାଣ୍ଟୁଥିବା ବେଳେ କୌଣସି ସୂତ୍ରରୁ ଖବର ପାଇ ବନ ବିଭାଗ ଗତକାଲି ରାତିରେ ଚଢ଼ଉ କରିଥିଲା। ଘଟଣାସ୍ଥଳରୁ ଚାରି ଜଣଙ୍କୁ ଗିରଫ କରାଯାଥିବା ବେଳେ ଆଉ ଚାରି ଅଭିଯୁକ୍ତ ଫେରାର ହେବାରେ ସଫଳ ହୋଇଥିଲେ ବୋଲି ଜଣାପଡ଼ିଛି।

The post ସାତକୋଶିଆ ଅଭୟାରଣ୍ୟରୁ ଜନ୍ତୁ ଶିକାର: ୪ ଗିରଫ, ଚାରି ଫେରାର first appeared on Sambad.



from ରାଜ୍ୟ – Sambad https://ift.tt/3j94BfR

Post a Comment

0 Comments