କଣିହାଁ: ଗାଁରେ ପଶିଲା ବାରହା, ଚାରି ଲହୁଲୁହାଣ

କଣିହାଁ: ଆଜି ସକାଳ ପ୍ରାୟ ସାଢେ଼ ୭ଟା ବେଳେ ଅନୁଗୁଳ ଜିଲ୍ଲାର କଣିହାଁ ଥାନା ଅନ୍ତର୍ଗତ ବଡତ୍ରିବିଡ଼ା ଗ୍ରାମରେ ଏକ ବାରହା ଆକ୍ରମଣରେ ୪ଜଣ ଆହତ ହୋଇଥିବାର ଖବର ମିଳିଛି। ଆହତମାନକୁ ଚିକିତ୍ସାପାଇଁ କଣିହାଁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି।

ଆହତ ବ୍ୟକ୍ତିମାନେ ହେଲେ ବଡତ୍ରିବିଡ଼ା ଗ୍ରାମର ମହରଗା ରାଉଳ (୪୪), କାତୁ ରାଉଳ (୫୫), ସାନତ୍ରିବିଡା ଗାଁର ବିରଞ୍ଚି ମହାରଣା( ୪୫) ଓ କାଳିଆ ସେଠୀ ବୋଲି ଜଣାପଡ଼ିଛି। ସକାଳେ ଲୋକମାନେ ବଗିଚାରେ କାମ କରୁଥିବା ବେଳେ ବାରହାଟି ହଠାତ ଗାଁ ଭିତରକୁ ପଶି ଆସି ଲୋକମାନଙ୍କୁ ଅତର୍କିତ ଆକ୍ରମଣ କରିଥିଲା। ଆକ୍ରମଣ ଯୋଗୁଁ ମହରଗା ରାଉଳଙ୍କ ଦେହରେ ଗଭୀର ଆଘାତ ଲାଗିଥିବା ଜଣାପଡ଼ିଛି।

The post କଣିହାଁ: ଗାଁରେ ପଶିଲା ବାରହା, ଚାରି ଲହୁଲୁହାଣ first appeared on Sambad.



from ରାଜ୍ୟ – Sambad https://ift.tt/31F10Aa

Post a Comment

0 Comments