
ବ୍ରହ୍ମପୁର: ଗଞ୍ଜାମ ଜିଲ୍ଲାର ଦିଗପହଣ୍ଡି ଥାନା ଅନ୍ତର୍ଗତ ବନ୍ଥପଲ୍ଲୀ ଗ୍ରାମରେ ଜଣେ ଯୁବକଙ୍କୁ ହତ୍ୟା କରାଯାଇଥିବାର ଅଭିଯୋଗ ହୋଇଛି। ମୃତକ ଜଣକ ହେଲେ ବଚନ ସ୍ୱାଇଁ। ବଚନଙ୍କ ନାଁରେ ବହୁ ଅପରାଧିକ ମାମଲା ଥିବା ସୂଚନା ମିଳିଛି।
ମିଳିଥିବା ସୂଚନା ଅନୁଯାୟୀ, ଆଜି ସକାଳେ କୁକୁଡ଼ାଖଣ୍ଡି ବ୍ଲକ୍ ଅନ୍ତର୍ଗତ ବନ୍ଥପଲ୍ଲୀ ଗ୍ରାମରେ ଅନ୍ୟ ଜଣେ ଯୁବକଙ୍କ ସହ ବଚନ ସ୍ୱାଇଁଙ୍କର ବଚସା ହୋଇଥିଲା। ଏହାପରେ ବଚନଙ୍କୁ ଛୁରାମାଡ଼ ହୋଇଥିଲା।
ବଚନଙ୍କୁ ଗୁରୁତର ଅବସ୍ଥାରେ ବ୍ରହ୍ମପୁରର ଏମକେସିଜି ମେଡିକାଲକୁ ଅଣାଯାଇଥିଲା। ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିବା ଜଣାଯାଇଛି। ଏଣେ ବଚନଙ୍କୁ ଆକ୍ରମଣ କରିଥିବା ଲୋକ ଫେରାର ହୋଇ ଯାଇଥିବାର ସୂଚନା ମିଳିଛି।
The post ଯୁବକଙ୍କୁ ଛୁରାମାଡ଼, ଡାକ୍ତରଖାନାରେ ମୃତ୍ୟୁ first appeared on Sambad.
from ରାଜ୍ୟ – Sambad https://ift.tt/3kDSN77
0 Comments