
ଭୁବନେଶ୍ୱର : ରାଜ୍ୟର ବିଭିନ୍ନ ଥାନା ଫାଣ୍ଡିରେ କାର୍ଯ୍ୟରତ ଗୃହରକ୍ଷୀମାନେ ଅବହେଳାର ଶିକାର ହୋଇଛନ୍ତି। ୧୯୬୧ ଗୃହରକ୍ଷୀ ଆଇନ୍ ଓ ୧୯୬୨ ନିୟମାବଳୀ ଆଧାରରେ ଛଟେଇ କରିବା ନିର୍ଦ୍ଦେଶନାମା ନଥିଲେ ମଧ୍ୟ ଦୀର୍ଘ ୫୮ ବର୍ଷ ଧରି ଅନେକ ଗୃହରକ୍ଷୀଙ୍କୁ ଛଟେଇ କରାଯାଇଛି। ଯଦି କୌଣସି ଗୃହରକ୍ଷୀ କାରଣ ବଶତଃ ଭୁଲ୍ କରିଥାଏ ତେବେ ତା’ ଠାରୁ ୫୦ ଟଙ୍କା ଜରିମାନା ନେବା ପାଇଁ ନିୟମ ରହିଛି। ହେଲେ ଏହି ଆଇନ୍କୁ ବିକୃତ କରାଯାଇ ଗୃହରକ୍ଷୀଙ୍କୁ ନିର୍ଯାତନା ଦିଆଯାଉଛି। ସବୁଠାରୁ ଲଜ୍ଜାର କଥା ହେଉଛି ବଡ଼ ବଡ଼ ଅଫିସରଙ୍କର ଘରପୋଛା, ଲୁଗାସଫା, ବାସନ ମଜା, ପାଇଖାନା ସଫା, ପରିବା ଆଣିବା, ପିଲାଙ୍କୁ ସ୍କୁଲ୍ ନେବା ଆଣିବା ପ୍ରଭୃତି କାମରେ ନିୟୋଜିତ କରାଯାଉଛି। ଏ ସବୁ କାର୍ଯ୍ୟ ଗୃହରକ୍ଷୀଙ୍କୁ ଅତିଷ୍ଠ କରିଛି ବୋଲି ଅଭିଯୋଗ କରିଛି ନିଖିଳ ଉତ୍କଳ ଗ୍ରାମରକ୍ଷୀ ମହାସଂଘ।
ଆଜି ସାମ୍ବାଦିକ ଭବନ ପରିସରରେ ଏକ ସାମ୍ବାଦିକ ସମ୍ମିଳନୀରେ ମହାସଂଘ ଏଭଳି ଅଭିଯୋଗ କରିବା ସହ ମାସିକ ୧୩ ହଜାର ୫୦୦ ଟଙ୍କା ବେତନ ଓ ଖାଲି ପଡ଼ିଥିବା ପଦ ପୂରଣ କରିବାକୁ ଦାବି କରିଛି। ସଂଘର ସଭାପତି ରତ୍ନାକର ନାଏକ, ସମ୍ପାଦକ ସଞ୍ଜୟ ମଲ୍ଲିକ, କାର୍ଯ୍ୟକାରୀ ସଭାପତି ବେଦାନ୍ତ ହରିଚନ୍ଦନ, ସହ ସମ୍ପାଦକ କିଶୋର ମଲ୍ଲିକ, ଉପସଭାପତି ବାମନ ମଲ୍ଲିକ, ଉପଦେଷ୍ଟା ଗୋକୁଳ ରାଉତ ଓ ପ୍ରତାପ ମଲ୍ଲିକ ପ୍ରମୁଖ ଦାବି ପୂରଣ କରିବାକୁ ଗଣମାଧ୍ୟମ ଜରିଆରେ ସରକାରଙ୍କୁ ଗୁହାରି କରିଛନ୍ତି।
The post ମୁହଁ ଖୋଲିଲେ ଗୃହରକ୍ଷୀ : ବେତନ ଦିଅ, ଖାଲିପଦ ପୂରଣ କର first appeared on Sambad.
from ରାଜ୍ୟ – Sambad https://ift.tt/37emkQy
0 Comments