୨୨ ତାରିଖ ସନ୍ଧ୍ୟାରେ ବିଦ୍ୟୁତ ବ୍ୟବହାର ନ କରିବାକୁ ପିସିସି ସଭାପତିଙ୍କ ଅନୁରୋଧ

ଭୁବନେଶ୍ୱର : ବିଦ୍ୟୁତ ଦର ବୃଦ୍ଧି ପ୍ରତିବାଦରେ ଆସନ୍ତା ୨୨ ତାରିଖ ସନ୍ଧ୍ୟା ୬ଟାରୁ ସନ୍ଧ୍ୟା ୬ଟା ୧୫ ମିନିଟ୍‌ ପର୍ଯ୍ୟନ୍ତ ବିଦ୍ୟୁତ ବ୍ୟବହାର ନ କରିବାକୁ ଉପଭୋକ୍ତାମାନଙ୍କୁ ପ୍ରଦେଶ କଂଗ୍ରେସ ସଭାପତି ନିରଞ୍ଜନ ପଟ୍ଟନାୟକ ନିବେଦନ କରିଛନ୍ତି। ଏହି ଦର ବୃଦ୍ଧିକୁ ବିରୋଧ କରି ସର୍ବ ଦଳୀୟ ବୈଠକରେ ନିଆଯାଇଥିବା ନିଷ୍ପତ୍ତିକୁ କଂଗ୍ରେସ ସମର୍ଥନ ଦେଇଥିବା ନେଇ ସେ ଘୋଷଣା କରିଛନ୍ତି।

ଏକ ପ୍ରେସ୍‌ ଇସ୍ତାହାର ଜାରି କରି ଶ୍ରୀ ପଟ୍ଟନାୟକ କହିଛନ୍ତି, ରାଜ୍ୟରେ ବିଦ୍ୟୁତ ଉତ୍ପାଦନ ପାଇଁ ଆବଶ୍ୟକ ଜଳ, କୋଇଲା ଯଥେଷ୍ଟ ପରିମାଣରେ ଉପଲବ୍ଧ ଅଛି। ଏହାସହିତ ସୂର୍ଯ୍ୟକିରଣ ଓ କୁଣ୍ଡା ବ୍ୟବହାର କରି ମଧ୍ୟ ବିଦ୍ୟୁତ୍‌ ଉତ୍ପାଦନ ହୋଇପାରିବ। ଓଡ଼ିଶାରେ କମ୍‌ ଖର୍ଚ୍ଚରେ ବିଦ୍ୟୁତ ଉତ୍ପାଦନ ପାଇଁ ଯଥେଷ୍ଟ ସମ୍ବଳ ରହିଛି। କିନ୍ତୁ ଯାହା ଉତ୍ପାଦନ ହେଉଛି, ସେଥିରୁ ୩୫% ବ୍ୟବସାୟିକ ଓ ବୈଷୟିକ କ୍ଷତିରେ ଚାଲିଯାଉଛି। ଅନ୍ୟ ରାଜ୍ୟଗୁଡ଼ିକରେ ଏହି କ୍ଷତି ପରିମାଣ ବହୁତ କମ୍‌। ଦିଲ୍ଲୀରେ ମାତ୍ର ୮% କ୍ଷତି ହେଉଛି। କିନ୍ତୁ ଆମ ରାଜ୍ୟରେ ସରକାର ଓ ବିତରଣ ସଂସ୍ଥାମାନଙ୍କ ଅପାରଗତା ଯୋଗୁଁ କ୍ଷତି ପରିମାଣ ବେଶି। ବିଦ୍ୟୁତ ସଂସ୍କାର ପାଇଁ ବିଶ୍ବ ବ୍ୟାଙ୍କଠାରୁ ସହାୟତା ଆଣି ଓଡ଼ିଶାରେ କାର୍ଯ୍ୟ ଆରମ୍ଭ ହୋଇଥିଲା। ୨୦୦୦ ମସିହାରୁ ଏହାକୁ ବନ୍ଦ କରିଦିଆଗଲା। ୨୦ ପଇସା ଦର ବୃଦ୍ଧି କରି ବିଦ୍ୟୁତ ବଣ୍ଟନ କମ୍ପାନିମାନଙ୍କୁ ଲାଭ ଦେବା ପାଇଁ ସାଧାରଣ ଉପଭୋକ୍ତାମାନଙ୍କ ଉପରେ ଆର୍ଥିକ ବୋଝ ଲଦି ଦିଆଯାଇଛି।

The post ୨୨ ତାରିଖ ସନ୍ଧ୍ୟାରେ ବିଦ୍ୟୁତ ବ୍ୟବହାର ନ କରିବାକୁ ପିସିସି ସଭାପତିଙ୍କ ଅନୁରୋଧ first appeared on Sambad.



from ରାଜ୍ୟ – Sambad https://ift.tt/35dzBXc

Post a Comment

0 Comments