ଓଡିଶାରେ କମ୍‌ ଲୋକ ଫ୍ଳୋରାଇଡ୍ ମିଶ୍ରିତ ପାଣି ପିଉଛନ୍ତି

ନୂଆଦିଲ୍ଲୀ: ଦେଶର ଅନ୍ୟ ରାଜ୍ୟମାନଙ୍କ ତୁଳନାରେ ଓଡିଶାରେ ଫ୍ଳୋରାଇଡ୍ ମିଶ୍ରିତ ପାଣି ପିଉଥିବ‌ା ଲୋକଙ୍କ ସଂଖ୍ୟା କମ୍‌। କେନ୍ଦ୍ର ଜଳଶକ୍ତି ମନ୍ତ୍ରାଳୟର ଏକ ରିପୋର୍ଟରୁ ଏହା ଜଣାପଡ଼ିଛି। ରିପୋର୍ଟ ଦର୍ଶାଇଛି ‌ଯେ, ଓଡିଶାର ୬୯ ଗାଁ ଓ ବସ୍ତିର ପାଖାପାଖି ୨୫ ହଜାର ଲୋକମାନେ ଫ୍ଳୋରାଇଡ ମିଶ୍ରିତ ପାଣି ପିଉଛନ୍ତି। ପିଇବା ପାଇଁ ବି ଏକପ୍ରକାର ବାଧ୍ୟ ହେଉଛନ୍ତି। ତେବେ, ଏହି ତାଲିକାର ଶୀର୍ଷରେ ଅଛି ରାଜସ୍ଥାନ। ଅର୍ଥାତ୍‌, ଏହି ରାଜ୍ୟରେ ଅଧିକ ଲୋକ ଫ୍ଲୋରାଇଡ୍ ମିଶା ପାଣି ପିଉଛନ୍ତି। ଏହି ରାଜ୍ୟର ୨୯୩୦ ଗ୍ରାମ ଅନ୍ତର୍ଗତ ୨୦ ଲକ୍ଷରୁ ଅଧିକ ଲୋକମାନେ ଫ୍ଳୋରାଇଡ ମିଶ୍ରିତ ପାଣି ପିଉଛନ୍ତି ଏବଂ ବିଭିନ୍ନ ରୋଗରେ ଆକ୍ରାନ୍ତ ହେଉଛନ୍ତି। ଅନ୍ୟ ରାଜ୍ୟଗୁଡ଼ିକ ମଧ୍ୟରେ ବିହାରରେ ୯ ଲକ୍ଷ ୫୦ ହଜାର, ମଧ୍ୟପ୍ରଦେଶରେ ୨ ଲକ୍ଷ ୬୦ ହଜାର, ତାମିଲନାଡୁରେ ୧ଲକ୍ଷ ୨୦ ହଜାର, ପଞ୍ଜାବରେ ୩ ଲକ୍ଷ ୭୬ ହଜାର , ମଧ୍ୟପ୍ରଦେଶରେ ୨ ଲକ୍ଷ ୬୦ ହଜାର, ତାମିଲନାଡୁରେ ୧ ଲକ୍ଷ ୨୦ ହଜାର , ପଞ୍ଜାବରେ ୩ ଲକ୍ଷ ୭୬ ହଜାର, ପଶ୍ଚିମବଂଗରେ ୧ ଲକ୍ଷ ୧୦ ହଜାର , ଛତିଶଗଡ଼ରେ ୫୫ ହଜାର ଜଣ ଲୋକ ଫ୍ଳୋରାଇଡ ପାଣି ପିଉଥିବା ରିପୋର୍ଟରୁ ଜଣାପଡ଼ିଛି। ଦେଶର ୨୦ ଟି ରାଜ୍ୟରେ ଏହି ସମସ୍ୟା ଥିବାବେଳେ ଏହିସବୁ ରାଜ୍ୟମାନଙ୍କୁ ସ୍ବଚ୍ଛ ଜଳ ଯୋଗାଣ ପାଇଁ ପ୍ରୟାସ କରାଯାଉଛି ବୋଲି ମନ୍ତ୍ରାଳୟର ସୂତ୍ରରୁ ଜଣାପଡିଛି।

The post ଓଡିଶାରେ କମ୍‌ ଲୋକ ଫ୍ଳୋରାଇଡ୍ ମିଶ୍ରିତ ପାଣି ପିଉଛନ୍ତି first appeared on Sambad.



from ରାଜ୍ୟ – Sambad https://ift.tt/3muqgBq

Post a Comment

0 Comments