ରାଜ୍ୟରେ ଲଗାତାର ୭ଦିନ ଧରି ୨ହଜାର ତଳେ ସଂକ୍ରମଣ

ଭୁବନେଶ୍ୱର : ଲଗାତାର ୭ଦିନ ଧରି ରାଜ୍ୟରେ କରୋନାର ଦୈନିକ ସଂକ୍ରମଣ ୨ ହଜାର ତଳେ ରହିଛି। ଗତ ୨୪ ଘଣ୍ଟାରେ ରାଜ୍ୟରେ ୧୬୩୩ ପଜିଟିଭ୍ ଚିହ୍ନଟ ହୋଇଛନ୍ତି। ରାଜ୍ୟର ସର୍ବାଧିକ ସଂକ୍ରମିତ ଜିଲ୍ଲା ଖୋର୍ଧାରେ ମଧ୍ୟ ସଂକ୍ରମଣ ୨ଶହ ତଳେ ରହିଛି।

ଗତ ୨୪ ଘଣ୍ଟାରେ ରାଜ୍ୟରେ ୩୭,୮୦୧କୋଭିଡ୍‌ ନମୁନା ପରୀକ୍ଷା ହୋଇଛି। ସଙ୍ଗରୋଧରୁ ୯୫୫ ଓ ୬୭୮ ଲୋକାଲ କଣ୍ଟାକ୍ଟସ୍‌କୁ ମିଶାଇ ସମୁାଦୟ ୧୬୩୩ ରୋଗୀ ବାହାରିଛନ୍ତି। ଟେଷ୍ଟ ପଜିଟିଭ୍ ରେଟ୍ ବା ଟିପିଆର୍‌ ୪.୪୩ ରହିଛି। ମାତ୍ର ସାମଗ୍ରିକ ଭାବେ ରାଜ୍ୟର ଟିପିଆର୍‌ ୬.୫୧ ପ୍ରତିଶତ ରହିଛି। ସଂକ୍ରମଣ ଖସିବା ସତ୍ତ୍ବେ ରାଜ୍ୟରେ ମୃତ୍ୟୁ କମୁନାହିଁ। ଆଜି ୧୬ଜଣ କରୋନାରେ ପ୍ରାଣ ହରାଇଥିବା ନେଇ ସ୍ବାସ୍ଥ୍ୟ ବିଭାଗ ପକ୍ଷରୁ ଘୋଷଣା କରାଯାଇଛି। ଏଥିରେ ଭୁବନେଶ୍ବର, ଢେଙ୍କାନାଳ,ସୁନ୍ଦରଗଡ଼, ଅନୁଗୁଳ, ବାଲେଶ୍ବରରୁ ୨ଜଣ ଲେଖାଏଁ, ବରଗଡ଼, ଗଜପତି, କେନ୍ଦୁଝର, ପୁରୀ, ମାଲକାନଗିରି ଓ ଗଞ୍ଜାମରୁ ଜଣେ ଲେଖାଏଁ ରହିଛନ୍ତି। ସମୁଦାୟ କରୋନା ମୃତ୍ୟୁ ୧୨୪୫କୁ ବୃଦ୍ଧି ପାଇଛି।

ଖୋର୍ଧାରୁ ୧୫୮ ଆକ୍ରାନ୍ତ ଚିହ୍ନଟ ହେବା ପରେ ଜିଲ୍ଲାରେ ସମୁଦାୟ ମୃତ୍ୟୁ ସଂଖ୍ୟା ୪୭,୫୪୧କୁ ବୃଦ୍ଧି ପାଇଛି। ଏହାବାଦ୍ କେନ୍ଦ୍ରାପଡ଼ା ୧୦୫, କଟକ ୧୩୨, ସୁନ୍ଦରଗଡ଼ ୧୦୬, ଅନୁଗୁଳ ୧୦୦, ନୂଆପଡ଼ା ୮୯, ବଲାଙ୍ଗୀର ୮୦, ବରଗଡ଼ ୫୩, ବାଲେଶ୍ବର ୨୬, ଭଦ୍ରକ ୨୧, ବୌଦ୍ଧ ୩୫, ଦେବଗଡ଼ ୮, ଢେଙ୍କାନାଳ ୩୯, ଗଜପତି ୧୩, ଗଞ୍ଜାମ ୩୩, ଜଗତ୍‌ସିଂହପୁର ୭୯, ଯାଜପୁର ୪୩, ଝାରସୁଗୁଡ଼ା ୫୪, କଳାହାଣ୍ଡି ୩୬, କନ୍ଧମାଳ ୨୪, କେନ୍ଦୁଝର ୫୧, କୋରାପୁଟ ୩୫, ମାଲକାନଗିରି ୫୩, ମୟୂରଭଞ୍ଜ ୪୨, ନବରଙ୍ଗପୁର ୪୧, ନୟାଗଡ଼ ୨୩, ପୁରୀ ୫୮, ରାୟଗଡ଼ା ୧୧, ସମ୍ବଲପୁର ୩୨, ସୋନପୁର ୨୨ ଓ ଷ୍ଟେଟ୍‌ପୁଲରୁ ୩୧ ଜଣ ଚିହ୍ନଟ ହୋଇଛନ୍ତି। ରାଜ୍ୟରେ ସମୁଦାୟ ସଂକ୍ରମିତଙ୍କ ସଂଖ୍ୟା ୨ଲକ୍ଷ ୮୧ହଜାର ୨୧୫କୁ ବୃଦ୍ଧି ପାଇଛି।

The post ରାଜ୍ୟରେ ଲଗାତାର ୭ଦିନ ଧରି ୨ହଜାର ତଳେ ସଂକ୍ରମଣ first appeared on Sambad.



from ରାଜ୍ୟ – Sambad https://ift.tt/3kteeHT

Post a Comment

0 Comments