
ଭୁବନେଶ୍ୱର : ବାଲେଶ୍ୱର ନିର୍ବାଚନରେ ବିଜେଡି-ବିଜେପି ମୁହାଁମୁହିଁ ସ୍ଥିତିରେ ଥିବା ବେଳେ ଆଜି ପ୍ରଦେଶ କଂଗ୍ରେସ ସଭାପତି ନିରଞ୍ଜନ ପଟ୍ଟନାୟକ ଉଭୟ ଦଳକୁ କଟାକ୍ଷ କରିଛନ୍ତି।
ଶ୍ରୀ ପଟ୍ଟନାୟକ କହିଛନ୍ତି, ବାଲେଶ୍ୱର ବାସୀଙ୍କ ମୁଖ୍ୟ ସମସ୍ୟା ଓ ପ୍ରସଙ୍ଗ ଗୁଡିକୁ ଏଡାଇଦେବା ପାଇଁ ଏହା ସେମାନଙ୍କର ସୁଚିନ୍ତିତ ଉଦେଶ୍ୟ। ବାସ୍ତବରେ ଉଭୟ ବିଜେଡି ଏବଂ ବିଜେପି ବାଲେଶ୍ୱର ବାସୀଙ୍କ ପାଇଁ କିଛି ବିକାଶ ମୂଳକ କାମ କରିନାହାନ୍ତି। ତେଣୁ ଲୋକଙ୍କ ପାଖରେ ତାଙ୍କର ନିଜ ସପକ୍ଷରେ କହିବାର କିଛି ନାହିଁ। ବାଲେଶ୍ଵରର ସମସ୍ୟା ସମ୍ପର୍କରେ ସେମାନେ ବ୍ୟଥିତ ନୁହନ୍ତି। ନିଜର ଅପାରଗତା ଏବଂ ସମ୍ବେଦନହୀନତା ଲୁଚାଇବା ପାଇଁ ଅଦରକାରୀ କଥା ଗୁଡିକୁ ପ୍ରସଙ୍ଗ କରି ସେମାନେ ବାଦିପାଲାରେ ମାତିଛନ୍ତି। ସଚେତନ ବାଲେଶ୍ୱରବାସୀ ଏହି ବାଦିପାଲାରେ ଆମୋଦିତ ହୁଅନ୍ତୁ କିନ୍ତୁ ଭୋଟ ଦେଲାବେଳେ ନିଜର ଉଚିତ ବିଚାର ରଖନ୍ତୁ ବୋଲି କହିଛନ୍ତି ଶ୍ରୀ ପଟ୍ଟନାୟକ।
The post ବାଲେଶ୍ୱରରେ ବିଜେଡି ଓ ବିଜେପିର ବାଦିପାଲା ଚାଲିଛି: ନିରଞ୍ଜନ first appeared on Sambad.
from ରାଜ୍ୟ – Sambad https://ift.tt/34sQCxr
0 Comments