୨୯ରୁ ବିଧାନସଭା : ବିନା ଅନୁମତିରେ ଧାରଣା ଦେଲେ କଡ଼ା କାର୍ଯ୍ୟାନୁଷ୍ଠାନ, ଅନ୍‌ଲାଇନ୍‌ ଆବେଦନ ହେବ

ଭୁବନେଶ୍ୱର : ଆସନ୍ତା ୨୯ ତାରିଖରୁ ଆରମ୍ଭ ହେବ ବିଧାନସଭା ଅଧିବେଶନ। ଏଥିପାଇଁ କମିସନ୍‌ରେଟ୍‌ ପୁଲିସ ସୁରକ୍ଷା ବ୍ୟବସ୍ଥା କଡ଼ାକଡ଼ି କରିଛି। ଏହି ସମୟରେ କେହି ବିନାନୁମତିରେ ଧାରଣା କିମ୍ବା ବିକ୍ଷୋଭ କରିପାରିବେ ନାହିଁ ବୋଲି କମିସନରେଟ୍‌ ପୁଲିସ ସ୍ପଷ୍ଟ କରିଛି। ବିନାନୁମତିରେ କାର୍ଯ୍ୟକ୍ରମ କଲେ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବାକୁ ସ୍ଥିର କରାଯାଇଛି।

ଅପରପକ୍ଷରେ ଧାରଣା କିମ୍ବା ବିକ୍ଷୋଭ ପାଇଁ ଅନ୍‌ଲାଇନ୍‌ରେ ଆବେଦନ କରିବାକୁ ପଡ଼ିବ। କମିସନରେଟ୍‌ ପୁଲିସର ୱେବ୍‌ସାଇଟ୍‌ରେ ଆବେଦନ ପାଇଁ ବ୍ୟବସ୍ଥା ଅଛି। ଆବେଦନ ଆସିବା ପରେ କୋଭିଡ୍‌ କଟକଣା ପାଳନ ପୂର୍ବକ କିଭଳି ବିକ୍ଷୋଭ ଅନୁଷ୍ଠିତ ହୋଇ ପାରିବ ତାହା ବିଚାର କରାଯିବା ପରେ ଅନୁମତି ଦିଆଯିବ। ତେବେ ଅଦ୍ୟାବଧି କୌଣସି ଆବେଦନ ଆସିନଥିବା କମିସନରେଟ୍‌ ପୁଲିସ ପକ୍ଷରୁ କୁହାଯାଇଛି। ଗତ ବିଧାନସଭା କାଳରେ ୨୫ରୁ ୩୦ ସଂଗଠନ ବିକ୍ଷୋଭ ଓ ଧାରଣା ପାଇଁ ଆବେଦନ କରିଥିଲେ। ସେତେବେଳେ କରୋନା ଭଳି ସଙ୍କଟ ନଥିବାରୁ କୌଣସି ସମସ୍ୟା ନଥିଲା। ଏଥର କରୋନା କଟକଣାକୁ କଡ଼ାକଡ଼ି କରାଯାଉଥିବାରୁ ଏହାକୁ ଗୁରୁତ୍ବର ସହ ନିଆଯାଇଛି।



from ରାଜ୍ୟ – Sambad https://ift.tt/2S5oJ7C

Post a Comment

0 Comments