ଯୁକ୍ତ୩ ନାମଲେଖା: ଆଜି ମେଧା ତ‌ାଲିକା

ଭୁବନେଶ୍ୱର : ୨୦୨୦-୨୧ ଶିକ୍ଷାବର୍ଷରେ ଡିଗ୍ରି କଲେଜଗୁଡ଼ିକରେ ନାମଲେଖା ଲାଗି ସୋମବାର ପୂର୍ବାହ୍ନ ୧୧ଟାରେ ପ୍ରଥମ ପର୍ଯ୍ୟାୟ କଟ୍‌ ଅଫ୍‌ ମାର୍କ ତଥ‌ା ମେରିଟ୍‌ ଲିଷ୍ଟ(ମେଧା ତାଲିକା) ପ୍ରକାଶ ପାଇବ। ସୋମବାରଠାରୁ ଅକ୍ଟୋବର ୧ ତାରିଖ ରାତି ୧୧ଟା ୪୫ ପର୍ଯ୍ୟନ୍ତ ଛାତ୍ରଛାତ୍ରୀ ଅନ୍‌ଲାଇନ୍‌ରେ ନାମଲେଖା ସହ ଫି’ ଦାଖଲ କରିପାରିବେ। ଅକ୍ଟୋବର ୩ରେ ପ୍ରଥମ ପର୍ଯ୍ୟାୟ ନାମଲେଖା ସମ୍ପର୍କିତ ସବିଶେଷ ତଥ୍ୟ ସ‌ାମ୍‌ସ ୱେବ୍‌ସାଇଟ୍‌ରେ ପ୍ରକାଶ ପାଇବ। ଅକ୍ଟୋବର ୮ରେ ଦ୍ବିତୀୟ ପର୍ଯ୍ୟାୟ ମେଧା ତାଲିକା ପ୍ରକାଶ ସହ ୧୦ ତାରିଖ ପର୍ଯ୍ୟନ୍ତ ଅନ୍‌ଲାଇନ୍‌ରେ ନାମଲେଖ‌ା ହେବ। ସ୍ପଟ୍‌ ନାମଲେଖା ପାଇଁ କଲେଜଗୁଡ଼ିକୁ ଅଲଗା ଗାଇଡ୍‌ଲାଇନ୍ ପଠାଯିବ ବୋଲି ଉଚ୍ଚଶିକ୍ଷା ବିଭାଗ ପକ୍ଷରୁ କୁହାଯାଇଛି। ଚଳିତବର୍ଷ କଳା ବିଭାଗରେ ୧,୩୯,୦୨୫, ଫିଜିକ‌ାଲ ସାଇନ୍ସରେ ୪୨,୨୩୪, ବାୟୋଲୋଜିକାଲ ସାଇନ୍ସରେ ୨୬,୬୧୦, ବାଣିଜ୍ୟରେ ୩୧,୧୩୯, ସେଲ୍ଫ ଫାଇନାନ୍ସିଂରେ ୧୬୬୬ ଓ ସଂସ୍କୃତ ବିଭାଗର ୯୧୧୬ ସିଟ୍‌ରେ ନାମଲେଖା ହେବ। ୧୦୨୯ କଲେଜର ୨,୪୯,୭୯୦ ସିଟ୍‌ ପାଇଁ ୨,୨୭,୩୯୬ ଜଣ ଛାତ୍ରଛାତ୍ରୀ ନାମ ପଞ୍ଜୀକରଣ କରିଛନ୍ତି।



from ରାଜ୍ୟ – Sambad https://ift.tt/3jcoKSY

Post a Comment

0 Comments